33.1 C
Bhubaneswar
Thursday, April 25, 2024
Homeଓଡିଶାସାଁପୁରରେ ଆଇଚର ଟ୍ରାକ୍ଟର ନୂତନ ସୋରୁମ ଉଦଘାଟିତ

ସାଁପୁରରେ ଆଇଚର ଟ୍ରାକ୍ଟର ନୂତନ ସୋରୁମ ଉଦଘାଟିତ

ଜଗତସିଂହପୁର  : ଆଜି ଜଗତସିଂହପୁର ସହର ଉପକଣ୍ଠ ସାଁପୁର ନିକଟରେ ଏମ.କେ ଏଣ୍ଟରପ୍ରାଇଜେସ ନାମରେ ଏକ ଅତ୍ୟାଧୁନିକ ଆଇଚର ଟ୍ରାକ୍ଟର ସୋରୁମ ଉଦଘାଟିତ ହୋଇଯାଇଛି । ଆଇଚର କମ୍ପାନୀର ଓଡିଶା ରିଜିଓନାଲ ମ୍ୟାନେଜର ପ୍ରକାଶ ଶର୍ମାଙ୍କ କରକମଳରେ ଏହା ଉଦଘାଟିତ ହୋଇଯାଇଛି । ଉକ୍ତ ଉଦଘାଟିନୀ ଉତ୍ସବରେ କମ୍ପାନୀର ସେଲସ ଆଣ୍ଡ ମାର୍କେଟିଙ୍ଗ ହେଡ ସୁଧାଂଶୁ ପାତ୍ର ଓ ହରମୋହନ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ସମ୍ମାନୀୟ ଅତିଥିରୁପେ ପୂର୍ବତନ ଜଗତସିଂହପୁର ପୋୖରାଧ୍ୟକ୍ଷ ମଧୁସୂଦନ ସାହୁ ଯୋଗଦେଇଥିଲେ । ସୋରୁମର ପ୍ରୋପାଇଟର ସୌଭାଗ୍ୟ ରଞ୍ଜନ ଜେନା ଉପସ୍ଥିତ ରହି କାର୍ଯ୍ୟକ୍ରମର ଅତିଥୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । କମ୍ପାନୀର ରିଜିଓନାଲ ମ୍ୟାନେଜର ଆଇଚର ଟ୍ରାକ୍ଟରର ଗୁଣବତ୍ତା ଓ ନୂତନ ପ୍ରଯୁକ୍ତି ବିଷୟରେ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking