34.1 C
Bhubaneswar
Friday, March 29, 2024
Homeଓଡିଶାକବି ସୁକାନ୍ତ କୁମାର ପ୍ରଧାନ ଶ୍ରୀଗୁଣ୍ଡିଚା ସମ୍ମାନରେ ସମ୍ମାନିତ

କବି ସୁକାନ୍ତ କୁମାର ପ୍ରଧାନ ଶ୍ରୀଗୁଣ୍ଡିଚା ସମ୍ମାନରେ ସମ୍ମାନିତ

ଜଗତସିଂହପୁର :(ପ୍ରତାପ କୁମାର ସିଂହ) ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଡେପୁଟି ମେନେଜର ଶ୍ରୀ ସୁକାନ୍ତ କୁମାର ପ୍ରଧାନଙ୍କୁ ଶ୍ରୀ ଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ପୁରୀଠାରେ ଶ୍ରୀ ଗୁଣ୍ଡିଚା ସମ୍ନାନରେ ସମ୍ମାନିତ କରାଯାଇଛି । ଏହି ସମାରୋହ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସରପ୍ରାପ୍ତ ବିଚାରପତି ଶ୍ରୀ ମାନସ ରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କବି ଓ କଥାକାର ତଥା ଭାଷା ଓ ଭାବନାର ପ୍ରତିଷ୍ଠାତା ସମ୍ପାଦକ ତଥା ବିଶିଷ୍ଟ କବି ଓ ଜଗତସିଂପୁରର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଶ୍ରୀ ସୁକାନ୍ତ କୁମାର ପ୍ରଧାନଙ୍କୁ ଶ୍ରୀ ଗୁଣ୍ଡିଚା ସମ୍ମାନରେ ସମ୍ମାନିତ କରିଥିଲେ । ସମାରୋହରେ ମୁଖ୍ୟବକ୍ତା ଭାବେ ବରିଷ୍ଟ ଅଧ୍ୟାପକ ପ୍ରଦୀପ କୁମାର ଶତପଥୀ , ବିଶିଷ୍ଟ ଅତିଥି ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ହରିହର ହୋତା ,ସମ୍ମାନିତ ଅତିଥିଭାବେ ଶ୍ରୀ ଜଗନ୍ନାଥଙ୍କ ଦଇତା ସେବକ ଶ୍ରୀ ରଘୁନାଥ ଦାସ ମହାପାତ୍ର ,ଡକ୍ଟର ହରପ୍ରସାଦ ମିଶ୍ର, ସମ୍ପାଦକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ମୁଖ୍ୟ ସଂଯୋଜକ ମଦନମୋହନ ମହାପାତ୍ର,ଓ ସଭାପତି ଡ଼ା:ଭାଗିରଥି ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀ ସୁକାନ୍ତ କୁମାର ପ୍ରଧାନ ନିଜ ସରକାରୀ କର୍ମମୟ ଜୀବନ ସହ କବିତା କ୍ଷେତ୍ରରେ ନିଜ ରୁଚି ଛାତ୍ରଜୀବନରୁ ରଖି ଆସିଛନ୍ତି । ସେ ଓଡ଼ିଆରେ ବିଭିନ୍ନ ସାହିତ୍ୟକ ଅନୁଷ୍ଠାନ ସହ ନିଃସ୍ଵାର୍ଥପର ଭାବରେ ଶସ୍ଲିଷ୍ଟ ଅଛନ୍ତି । ତାଙ୍କଦ୍ୱାରା ରଚିତ ବହୁ କବିତା ଜନମାନସରେ ଲୋକପ୍ରିୟତା ହାସଲ କରିଛି । ନିଜ ବ୍ୟସ୍ତବହୁଳ କର୍ମମୟ ଜୀବନ ମଧ୍ୟରେ କବିତା ପ୍ରତି ରୁଚି ଓ ସାଧନା ଦ୍ବାରା ସେ ଓଡ଼ିଶାର ବହୁ ଖ୍ୟାତିସମ୍ପନ୍ନ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ଦ୍ବାରା ସମ୍ମାନିତ ମଧ୍ୟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking