33.1 C
Bhubaneswar
Wednesday, April 24, 2024
Homeଓଡିଶାଜଗତସିଂହପୁର ପୌରପରିଷଦ ତରଫରୁ ପଶୁମାନଙ୍କୁ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ବୋଲି ଅଭିଯୋଗ

ଜଗତସିଂହପୁର ପୌରପରିଷଦ ତରଫରୁ ପଶୁମାନଙ୍କୁ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ବୋଲି ଅଭିଯୋଗ

ଜଗତସିଂହପୁର- କରୋନା ମହାମାରୀ ସମୟରେ ଲକଡାଉନ ହୋଇଥିବାରୁ ଏ ସମୟରେ ସବୁଠାରୁ ବେଶୀ ଅସହାୟ ବୁଲା ପଶୁ ଜନ୍ତୁ । ଚାରିଆଡେ ବନ୍ଦ ଥିବାରୁ ସେମାନେ ଖାଦ୍ୟ ନ ପାଇ ବେଶୀ ଅସହାୟ । ଏ କଥାକୁ ହୃଦୟଙ୍ଗମ କରି ଓଡିଶା ସରକାର ଏ ବୁଲାପଶୁ ଜନ୍ତୁମାନଙ୍କ ଖାଦ୍ୟ ଦେବା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି ।

କିନ୍ତୁ କିଭଳି ଏ ଅର୍ଥ ହରିଲୁଟ ହେଉଛି ତାହାର ଏକ ଉଦାହରଣ ଜଗତସିଂହପୁର ପୌରପରିଷଦ । ଏ ଅର୍ଥକୁ ଚଳୁ କରିବା ପାଇଁ ପୌରପରିଷଦର କେତେକ କର୍ମଚାରୀ ସହରର ଏକ SHG ଗ୍ରୁପକୁ ଖାଦ୍ୟ ଦେବାପାଇଁ କାର୍ଯ୍ୟଦେଶ ପ୍ରଦାନ କରିଛନ୍ତି ଏବଂ ଏହି ଖାଦ୍ୟ ପ୍ରଦାନ କରୁଥିବା SHG ଗ୍ରୁପ ଜନ୍ତୁମାନଙ୍କୁ ଦିନେ ଖାଦ୍ୟ ଦେଲେ ତିନି ଦିନ ଅନ୍ତରରେ ଖାଦ୍ୟ ଦେଉଛି କିନ୍ତୁ ସେ ଖାଦ୍ୟ ଏତେ ନିମ୍ନମାନର ତାହା ନ କହିଲେ ଭଲ ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ବୁଲାକୁକୁରଙ୍କୁ ଦିଆଯାଉଥିବା ଖାଦ୍ୟ ହଳଦୀ ମିଶା ଝୋଳ ଗୋଳିଆ ହୋଇ ଭାତ ଯେତିକି ଗୋଟିଏ କୁକୁରକୁ ଦିଆଯିବା କଥା ତାଠାରୁ ଢେର କମ ଦିଆଯାଉଛି । ସହରର ଜନସାଧାରଣରେ ଚର୍ଚ୍ଚା ହେଉଛି ଯେ ଶେଷକୁ କୁକୁରଙ୍କ ଖାଦ୍ୟ ପାଇଁ ଆସିଥିବା ଅର୍ଥକୁ ମଧ୍ୟ ଚଳୁ କଲେ ସେମାନଙ୍କୁ ଧର୍ମ ସହିଲେ ହେଲା । ଏଭଳି ପଦ୍ଧତିରେ ଖାଦ୍ୟ ଦେବା ସମ୍ପର୍କରେ ସମସ୍ତ ବରିଷ୍ଟ ଅଧିକାରୀମାନେ ଅଜ୍ଞ ଥିଲେ ମଧ୍ୟ ସେମାନଙ୍କ ତରଫରୁ କୋୖଣସି କଡା ପଦକ୍ଷେପ ନ ଥିବା ସମସ୍ତଙ୍କୁ ଆଚମ୍ବିତ କରୁଛି ।

 

ଜଗତସିଂହପୁରରୁ ପ୍ରତାପ କୁମାର ସିଂହଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking