31.1 C
Bhubaneswar
Friday, March 29, 2024
Homeଓଡିଶାଜଗତସିଂହପୁର ସହରର ଜଣେ ନିଆରା ବ୍ୟକ୍ତିତ୍ୱ ନିଲୁ ମିତ୍ର

ଜଗତସିଂହପୁର ସହରର ଜଣେ ନିଆରା ବ୍ୟକ୍ତିତ୍ୱ ନିଲୁ ମିତ୍ର

 
ଜଗତସିଂହପୁର(ପ୍ରତାପ କୁମାର ସିଂହ) କରୋନା ଭୂତାଣୁ ସହ ପୁରା ଭାରତ ବର୍ଷ ଲଢେ଼ଇ କରୁଛି । ଏହି ଲଢେଇରେ ଭାରତର ସମସ୍ତ ନାଗରିକ ଜଣେ ଜଣେ ଯୋଦ୍ଧା । ଏହି ଲଢେଇରେ ଏମିତି ଏକ ଯୋଦ୍ଧା ସାଜିଛନ୍ତି ଜଗତସିଂହପୁର ସହରର ପ୍ରଦୀପ୍ତ ମିତ୍ର ଓରଫ ନିଲୁଭାଇ। ଶ୍ରୀ ମିତ୍ର ନିଜ ସାଂସାରିକ ଜୀବନରୁ ସମୟ ବାହାରକରି ଲାଗିପଡିଛନ୍ତି ଏ ମହାମାରି ବିପଦରୁ ଲୋକମାନଙ୍କୁ ବଞ୍ଚେଇବାକୁ। ଲକଡାଉନ ହେବା ପରଠାରୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ଥାନା ଛକରେ କାର୍ଯ୍ୟରତ ପୋଲିସ କର୍ମଚାରୀ,ଗଣ ମାଧ୍ୟମ ପ୍ରତିନିଧି, ପୌରପରିଷଦ କର୍ମାଚାରୀ ଓ ସାଧାରଣ ଜନତାଙ୍କୁ ସାନିଟାଇଜ କରୁଛନ୍ତି ଓ ସଚେତନ ମଧ୍ୟ କରୁଛନ୍ତି । ଏ ପରି କି ନିରୀହ ପଶୁ ପକ୍ଷୀମାନଙ୍କ ସମସ୍ୟାରେ ମଧ୍ୟ ସେ ନିଜକୁ ସାମିଲ କରିଛନ୍ତି। ଲକଡାଉନ ପରଠାରୁ ସହର ମଧ୍ୟରେ ଖାଦ୍ୟ ନ ପାଇ ଏଣେତେଣେ ଘୁରି ବୁଲୁଥିବା ଗାଈ ଗୋରୁ,ବୁଲା କୁକୁର ଓ ପକ୍ଷୀ ମାନଙ୍କ ପାଇଁ ନିଜ ପକେଟରୁ ପଇସା ଖର୍ଚ୍ଚ କରି ସେମାନଙ୍କୁ ବିସ୍କୁଟ ଓ ପାଣି ମଧ୍ୟ ଦେଉଛନ୍ତି। ରାମାୟଣର ସେହି ଗୁଣ୍ଡୁଚି ମୁଷାର ସେତୁ ବନ୍ଧନରେ କୁଟାଖିଅ ପକେଇବା ଭଳି ପ୍ରୟାସ ମାତ୍ର ଯୁଗ ପରେ ଯୁଗ ସେହି ଗୁଣ୍ଡୁଚି ମୁଷା ଲୋକମାନଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ନେଇ ରହିଯାଇଛି। ସେହିପରି ଏହି ବ୍ୟକ୍ତି ଜଣଙ୍କ ମଧ୍ୟ ଲୋକମାନଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ନେଇ ରହିବେ ଓ ରହିସାରିଲେଣି ମଧ୍ୟ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ସତରେ ଜଣେ ନିଆରା ବ୍ୟକ୍ତିତ୍ୱ ପ୍ରଦୀପ୍ତ ମିତ୍ର ।ଯେତେବେଳେ ଦେଖାଯାଇଛି ସେ ଲୋକମାନଙ୍କ ସେବା ପାଇଁ ସହର ମଧ୍ୟରେ ଘୁରିବୁଲୁଥିବେ। ତାଙ୍କର ସମାଜ ସେବା କ୍ଷେତ୍ରରେ ଏହି ପ୍ରୟାସ ସଫଳ ହେଉ ଏହା ହିଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking