34.1 C
Bhubaneswar
Friday, March 29, 2024
Homeଓଡିଶାଜଗତସିଂହପୁର ଜିଲ୍ଲାରେ ଜନତା କର୍ଫ୍ୟୁକୁ ପୂର୍ଣ୍ଣ ସମର୍ଥନ

ଜଗତସିଂହପୁର ଜିଲ୍ଲାରେ ଜନତା କର୍ଫ୍ୟୁକୁ ପୂର୍ଣ୍ଣ ସମର୍ଥନ

ଜଗତସିଂହପୁର:(ପ୍ରତାପ କୁମାର ସିଂହ) ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଜଗତସିଂହପୁର ଜିଲ୍ଲାରେ ଜନତା କର୍ଫ୍ୟୁକୁ ପୂର୍ଣ୍ଣ ସମର୍ଥନ ମିଳିଛି । ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାବାସୀ ଜନତା କର୍ଫ୍ୟୁକୁ ସମର୍ଥନ କରି ଘରେ ରହିଛନ୍ତି। କାଁ ଭାଁ ଲୋକଙ୍କୁ ଛାଡ଼ି ଦେଲେ ରାସ୍ତା, ଘାଟ, ଦୋକାନ ବଜାର ସବୁ କିଛି ବନ୍ଦ ରହିଥିଲା । ଗାଡ଼ିମୋଟର ଚଳାଚଳ ହୋଇ ନଥିଲା । ବସ୍‌ଷ୍ଟାଣ୍ଡରେ ଗୋଟିଏ ବି ବସ୍ ଦେଖିବାକୁ ମିଳି ନଥିଲା। ଏମିତିକି ଏଟିଏମ୍ କାଉଣ୍ଟର, ଓମ୍ଫେଡ୍ ଷ୍ଟଲ୍‌ରେ ତାଲା ଝୁଲିଥିଲା। ସ୍ୱତଃପ୍ରବୃତ୍ତ ଭାବେ ଜିଲ୍ଲାବାସୀ କରୋନା ମୁକାବିଲା ପାଇଁ ଜନତା କର୍ଫ୍ୟୁକୁ ବଡ଼ ସମର୍ଥନ ଜଣାଇଛନ୍ତି ।
ସକାଳ ୭ଟାରୁ ପୁଲିସ ପ୍ରିକେଟିଂ କରାଯାଇଥିଲା । ପୌରପରିଷଦର କର୍ମଚାରୀମାନେ କାର୍ଯ୍ୟାଳୟ ଖୋଲା ରଖି ସେବା ଯୋଗାଇ ଦେଇଥିଲେ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ରହିଥିଲା। ଔଷଧ ଦୋକାନ ଗୁଡ଼ିକ ଖୋଲା ରଖି ଲୋକଙ୍କୁ ଜରୁରୀ ସମୟରେ ସେବା ଯୋଗାଇଥିଲେ । ମାଛ, ମାସ, କ୍ଷୀର ଦୋକାନ ଗୁଡିକରେ ପ୍ରତିବନ୍ଧକ ନଥିଲେ ବି ଏଗୁଡ଼ିକ ବନ୍ଦ ରହିଥିଲା । ଜଗତସିଂହପୁର ହାଟ ବଜାରରେ ମାଛ ଓ ମାଂସ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । କିଛି କିଛି ଲୋକ ସନ୍ଧ୍ୟାରେ ଡାକ୍ତରଖାନା ଓ ଜରୁରୀ କାମରେ ବାହାରକୁ ଆସିଥିବା ଦେଖା ଦେଇଥିଲା । କିନ୍ତୁ ଦିନ ତମାମ୍ ସବୁ କିଛି ବନ୍ଦ ରହିଥିଲା ।
ଜିଲ୍ଲାପାଳ ଗତକାଲି ରାତିରେ ନିଜେ ବଜାରରେ ବୁଲି ଆଜି ଜନତା କର୍ଫ୍ୟୁ ପାଳନ କରିବାକୁ ନିବେଦନ କରିଥିଲେ । ଆଜି ଜିଲ୍ଲାପାଳ ମଧ୍ୟ ନିୟମକୁ ପାଳନ କରିଥିବା ଦେଖିବାକୁ ମିଳିଥିଲା। ସବୁଠାରୁ ବଡ଼ କଥା ହେଉଛି ଗାଁ ଗହଳିରେ ବସବାସ କରୁଥିବା ଲୋକମାନେ ସଚେତନ ରହି ଘରେ ରହିଥିଲେ । ଗାଁରେ ମଧ୍ୟ ଛୋଟରୁ ବଡ଼ ଦୋକାନ ବଜାର ବନ୍ଦ ରହିଥିଲା । କରୋନା ମୁକାବିଲା ପାଇଁ ଏକ ସକରାତ୍ମକ ଦିଗରେ ଜିଲ୍ଲାବାସୀ ଏକତ୍ର ମନୋଭାବ ପୋଷଣ କରି ସମର୍ଥନ ଜଣାଇଥିଲେ । ସନ୍ଧ୍ୟାରେ କରୋନା ମୁକାବିଲାରେ ଯୋଦ୍ଧା ସାଜିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘଣ୍ଟ, ଖଙ୍ଖ, ବାଜା, ବଜାଇ ଜିଲ୍ଲାବାସୀ ଧନ୍ୟବାଦ ଜଣାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking