27.1 C
Bhubaneswar
Thursday, April 25, 2024
Homeଓଡିଶାପାଖେଇ ଆସୁଛି ଉପ ନିର୍ବାଚନ, ଲବିରେ ବହୁ ଆଶାୟୀ କିନ୍ତୁ ଚର୍ଚ୍ଚାରେ କଂଗ୍ରେସର ପ୍ରଶାନ୍ତ ମଲ୍ଲିକ

ପାଖେଇ ଆସୁଛି ଉପ ନିର୍ବାଚନ, ଲବିରେ ବହୁ ଆଶାୟୀ କିନ୍ତୁ ଚର୍ଚ୍ଚାରେ କଂଗ୍ରେସର ପ୍ରଶାନ୍ତ ମଲ୍ଲିକ

ଜଗତସିଂହପୁର:(ପ୍ରତାପ କୁମାର ସିଂହ)ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ସିଟ୍‌ରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟର ପ୍ରମୁଖ ୩ଟି ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ । ନଭେମ୍ବରରେ ନିର୍ବାଚନ ହେବ ବୋଲି ଏବେ ମୁହଁ ଖୋଲିଛନ୍ତି ନିର୍ବାଚନ ଆୟୋଗ ।
ନଭେମ୍ବର ୨୯ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ ଆୟୋଗର ନିର୍ଦ୍ଦେଶ ପରେ ଆରମ୍ଭ ହୋଇଯାଇଛି କସରତ।

କଂଗ୍ରେସ ନେତାମାନେ ବହୁ ପୂର୍ବରୁ ଗ୍ରାଉଣ୍ଡ ଜିରୋକୁ ଯାଇ ଗୋଟି ଚାଳନା ଆରମ୍ଭ କରିଥିବା ବେଳେ ବିଜେଡି ଓ ବିଜେପି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବା ଦେଖା ଦେଇଛି । ଏହା ମଧ୍ୟରେ ପ୍ରଶ୍ନ ଉଠିଛି କେଉଁ ଦଳରୁ କିଏ ହେବ ପ୍ରାର୍ଥୀ ? ଏହାକୁ ନେଇ ବହୁ କଲ୍ପନା ଜଳ୍ପନା ଆରମ୍ଭ ହେଲାଣି ।

ଶାସକ ବିଜେଡ଼ିରୁ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ମୁଖ୍ୟ ଦାବିଦାର ଥିବା ବେଳେ ଗତ ନିର୍ବାଚନରେ ହାରିଯାଇଥିବା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ନାଁ ମଧ୍ୟ ଚର୍ଚ୍ଚା ଅଛି । କିନ୍ତୁ ରବୀନ୍ଦ୍ର ଟିକେଟ ପାଇବା ପାଇଁ ହକ ଦାର ବୋଲି ତାଙ୍କ ସମର୍ଥକ ଙ୍କ ଠାରୁ ଶୁଣିବାକୁ ମିଳୁଛି ।
ସେହିପରି ବିଜେପିରୁ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ ବୋଲି ଚର୍ଚ୍ଚା ହେଉଛି ।
ବାକି ରହିଲା କଂଗ୍ରେସ ରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ନାମ ଜୋର ଧରିଥିବା ବେଳେ କଂଗ୍ରେସ ନେତା ବିକ୍ରମ ପଣ୍ଡା ଅନ୍ୟତମ ଦାବିଦାର ଥିବା ଆଲୋଚନା ଚାଲିଛି ।

ସେପଟେ ତିର୍ତ୍ତୋଲ ଆସନରୁ ଶାସକ ଦଳ ବିଜେଡ଼ି ପକ୍ଷରୁ ପୂର୍ବତନ ଜିଲ୍ଲା ସଭାପତି ତଥା ବିଧାୟକ ଵିଷ୍ଣୁ ଦାସଙ୍କ ପୁଅ ଇଂ.ବିଜୟ ଶଙ୍କର ଦାସଙ୍କ ନାମ ଆଗରେ ରହିଛି କାରଣ ଶାସକ ଦଳର ପୁର୍ବ ରଣନୀତିକୁ ଦେଖିବାକୁ ଗଲେ ଏହିଭଳି ସମୟରେ ପରିବାରର ସ୍ତ୍ରୀ ଏବଂ ପିଲାଙ୍କୁ ଟିକେଟ ମିଳିଛି । ଏହି ଆସନ ପାଇଁ ପୁର୍ବତନ ସାଂସଦ ଡା.କୁଳମଣି ସାମଲ ଓ
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ମଧ୍ୟ ଆଶାୟୀ ରହିଛନ୍ତି ।

ବିଜେପିରୁ ସାଂସଦ ପ୍ରାଥି ବିଭୁ ପ୍ରସାଦ ତରାଇ ଏବଂ ପୁର୍ବତନ କଂଗ୍ରେସ ବିଧାୟକ ପ୍ରାଥି ଥିବା ରାଜକିଶୋର ବେହେରାଙ୍କ ନାମ ଚର୍ଚ୍ଚା ହେଉଛି । କାରଣ ଶୁଣାଯାଉଛି ଖୁବ ଶୀଘ୍ର ଶ୍ରୀଯୁକ୍ତ ବେହେରା ପଦ୍ମ ଧରିବାକୁ ଯାଉଛନ୍ତି !

କଂଗ୍ରେସରୁ ଯୁବ ଇଂ.ହିମାଂଶୁ ଭୂଷଣ ମଲ୍ଲିକ, ସାଂସଦ ପ୍ରାଥିନୀ ପ୍ରତିମା ମଲ୍ଲିକ ଓ ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକଙ୍କ ନାମ ଚର୍ଚ୍ଚାରେ ଅଛି । କିନ୍ତୁ ଜିଲା ଯୁବ କଂଗ୍ରେସ ସଭାପତି ଶ୍ରୀ ପ୍ରଶାନ୍ତ ମଲ୍ଲିକଙ୍କ ନିର୍ମଳ ଭାବମୂର୍ତୀ ଯୋଗୁ ଏହି ନିର୍ବାଚନ ବୈତରଣୀ ତାଙ୍କ ପାଇଁ ବହୁ ସହାୟକ ହେବ ବୋଲି ଜନସାଧାରଣରେ ଆଲୋଚିତ ହେଉଛି । ସେ ଜଣେ ଦକ୍ଷ ସଂଗଠକ ହିସାବରେ ଅତୀତରେ ବହୁ ଖାଟି ଅର୍ଜନ କରିଛନ୍ତି ଏଣୁ କଂଗ୍ରେସ ତାଙ୍କ ଉପରେ ବହୁ ଭରସା ରଖିଛି । ତେବେ ଏହି ଦୁଇ ନିର୍ବାଚନ ମଣ୍ଡଳୀରୁ କେଉଁ ଦଳର କିଏ ପ୍ରାଥି ଓ କାହା ଉପରେ ହାଇକମାଣ୍ଡରଙ୍କ ମୋହର ବାଜୁଛି ତା ଉପରେ ସମସ୍ତଙ୍କର ନଜର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking