34.1 C
Bhubaneswar
Friday, March 29, 2024
Homeଓଡିଶାଆବାସ ଯୋଜନା ବାଟବଣା; ପାଲତଳେ ବିତୁଛି ଜୀବନ

ଆବାସ ଯୋଜନା ବାଟବଣା; ପାଲତଳେ ବିତୁଛି ଜୀବନ

ଜଗତସିଂହପୁର : ଗରିବଙ୍କ ପାଇଁ ସରକାର ଆବାସ ଯୋଜନାରେ ଗୃହ ଯୋଗାଇ ଦେଉଥିବାବେଳେ ଅଧିକାଂଶ ସ୍ଥାନରେ ସରକାରୀ ବାବୁ ଓ ଜନପ୍ରତିନିଧିଙ୍କ ଦାୟିତ୍ୱହୀନତା ଯୋଗୁଁ ବହୁ ଗରିବ ଏଥିରୁ ବଂଚିତ ହେଉଛନ୍ତି । ଏହିପରି ଭାବେ ଆବାସ ଯୋଜନାରୁ ବଂଚିତ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କୋଲର ପଂଚାୟତ ଅନ୍ତର୍ଗତ ଧନୁଆ ଗ୍ରାମରେ ଗୋଟିଏ ପରିବାର ଦୀର୍ଘଦିନ ଧରି ପାଲତଳେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି ।
ଧନୁଆ ଗ୍ରାମର କଣ୍ଡୁରୀ ହୋତାଙ୍କ ପତ୍ନୀ ଲତାରାଣୀ ହୋତା ଅତ୍ୟନ୍ତ ଗରିବ । ପେଟ ପାଇଁ ଭାତ ଓ ପିନ୍ଧା ବସ୍ତ୍ର ଯୋଗାଡ଼ କରିବା କଷ୍ଟ ସାଧ୍ୟ ହୋଇଥିବାବେଳେ ଘରଟିଏ କରିବା ତାଙ୍କ ପାଇଁ ସପନ ପାଲଟିଛି । ଏକାଧିକ ବାର ସରକାରୀ କାର୍ଯ୍ୟାଳୟରେ ପକ୍କା ଘର ଖଣ୍ଡେ କରିବା ପାଇଁ ସାହାଯ୍ୟ ପାଇବା ଆଶାରେ ଦରଖାସ୍ତ କରି ନିରାଶ ହୋଇଛନ୍ତି । ଶେଷରେ ଛିଣ୍ଡା ପାଲପକା ଝାଟି ମାଟି ଘର ତାଙ୍କ ପାଇଁ ଏକ ମାତ୍ର ଆଶ୍ରୟସ୍ଥଳ ପାଲଟିଛି । ଦିନରେ ଖରା, ରାତିରେ ତାରା, ବର୍ଷା କାକରକୁ ସାଥୀ କରି ନେଇଛନ୍ତି ଲତାରଣୀ ପରିବାର । ଏହିପରି କୋଲର ପଂଚାୟତର ଶୁସାନ୍ତ ବାରିକ୍‌, ଗଗନ ଦଳାଇ, ଅନୁରୋଧ ଦଳାଇ, ପ୍ରଭାତ ପରିଜା ଓ ସନାତନ ଦାସ ପ୍ରମୁଖ ଆବାସ ଯୋଜନାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ଏହି ପଂଚାୟତର ସମିତିସଭ୍ୟ ରଞ୍ଜିତ ପାଲ ଏହି ଗରିବ ପରିବାରକୁ ଆବାସ ଯୋଜନାରେ ପକ୍କା ଘର ଯେଗାଇଦେବା ପାଇଁ ଦାବି କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking