30.1 C
Bhubaneswar
Wednesday, April 24, 2024
Homeଓଡିଶାପୁଅ କରୋନା ପଜିଟିଭ୍‌; ସମସ୍ତଙ୍କ ସହ ମିଶିଲେ ବାପା

ପୁଅ କରୋନା ପଜିଟିଭ୍‌; ସମସ୍ତଙ୍କ ସହ ମିଶିଲେ ବାପା

ଜଗତସିଂହପୁର : ଚେନ୍ନାଇ ଫେରନ୍ତା ପୁଅ ଏବେ କରୋନା ପଜିଟିଭ୍ । ସ୍ୱାବ୍ ଦେବା ପରେ ପୁଅକୁ ସଂଗରୋଧରେ ରଖିବା ବଦଳରେ ଘରେ ରଖିଲେ । ଏହାରି ଭିତରେ ବାପା ସମସ୍ତଙ୍କ ସହ ମିଶିବା ସହ ଡ୍ୟୁଟି ବି କଲେ । ଏହା ଜଣାପଡ଼ିବା ପରେ ସମ୍ପୃକ୍ତ ବାପା ତଥା ଜଗତସିଂହପୁର ପୌରପରିଷଦର ରାତ୍ର ଜଗୁଆଳିଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ପୌର ପରିଷଦର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା ଜଗତସିଂହପୁର ଥାନାରେ ବୁଧବାର ରାତିରେ ଏତଲା ଦାୟର କରିଥିବା ସମ୍ପୃକ୍ତ ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ସମ୍ପୃକ୍ତ ରାତ୍ର ଜଗୁଆଳିଙ୍କୁ ବୁଧବାର ରାତିରେ ପୌରପରିଷଦର ଏକ ସଂଗରୋଧ କେନ୍ଦ୍ରରେ ରଖାଯିବା ସହ ତାଙ୍କର ସ୍ୱାବ୍ ଟେଷ୍ଟ ପାଇଁ ପଠାଯାଇଛି ।

ସୂଚନା ଅନୁଯାୟୀ, ପୌର ପରିଷଦର କାର୍ଯ୍ୟରତ ପିଅନ ତଥା ରାତ୍ର ଜଗୁଆଳି ଜଗତସିଂହପୁର ବ୍ଲକ ଅଧୀନ ମାଣପୁର ଗ୍ରାମର ବଟକୃଷ୍ଣ ଦାସଙ୍କ ପୁଅ ଗତ ୨୪ତାରିଖରେ ଚେନ୍ନାଇରୁ ଫେରିଥିଲେ । ସେ ଏସଭିଏମ୍ କଲେଜରେ ନିଜର ସ୍ୱାବ୍ ଦେଇ ପଞ୍ଚାୟତ ସଂଗରୋଧ କେନ୍ଦ୍ରରେ ରହିବା ପରିବର୍ତ୍ତେ ନିଜ ଘରକୁ ଯାଇ ପରିବାର ସହ ରହିଥିଲେ । ଗତ୨୯ତାରିଖରେ ରାତ୍ର ଜଗୁଆଳ ପୁଅଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଲା ପରେ ତାଙ୍କୁ ସଂଗରୋଧ କେନ୍ଦ୍ରକୁ ନିଆଯାଇ ସେଠାରୁ କୋଭିଡ୍ ହସ୍ପିଟାଲକୁ ପଠାଯାଇଥିଲା । ତେବେ ପୁଅ ଚେନ୍ନାଇରୁ ଫେରିବାର ୫ଦିନ ଅତିକ୍ରମ କରିଥିଲେ ହେଁ ରାତି ଜଗୁଆଳି ପୂର୍ବପରି ପୌରପରିଷଦ କାର୍ଯ୍ୟାଳୟରେ ଡ୍ୟୁଟି କରିବାସହ ସମସ୍ତଙ୍କ ସହିତ ମିଳାମିଶା କରୁଥିଲେ । ଉକ୍ତ ଖବର ପ୍ରଘଟ ହେବାପରେ ପୌର ପରିଷଦର ସମସ୍ତ କର୍ମଚାରୀଙ୍କ ସହିତ ସଦରମହକୁମା ଜନସାଧାରଣଙ୍କ ମଧ୍ୟରେ ଗୋଷ୍ଠୀ ସଂକ୍ରମଣ ନେଇ କୋକୁଆଭୟ ସୃଷ୍ଟି ହୋଇଛି ।

ଏନେଇ ପୌରପରିଷଦ ନିର୍ବାହୀ ଅଧିକାରୀ ବୁଧବାର ରାତିରେ ଜଗତସିଂହପୁର ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରିଛି । ତେବେ ରାତ୍ର ଜଗୁଆଳିଙ୍କ ପୁଅ ନିଜର ନାମ ପଞ୍ଜୀକରଣ ସାରିବା ପରେ ସେ କେଉଁ ଭଳି ଭାବେ ସଂଗରୋଧ କେନ୍ଦ୍ରରେ ନରହି ନିଜ ଘରକୁ ଗଲେ ତାହା ତଦନ୍ତ ସାପେକ୍ଷ । ଏସଂକ୍ରାନ୍ତରେ ପୌରପରିଷଦର ନିର୍ବାହୀଅଧିକାରୀ ଶ୍ରୀ ଲେଙ୍କାଙ୍କୁ ପଚାରିବାରୁ ରାତ୍ରଜଗୁଆଳ ତାଙ୍କ ପୁଅଙ୍କୁ କାହାକୁ ନଜଣାଇ ଘରକୁ ନେଇଯାଇଥିଲେ । ପୁଲିସ ଏହାର ତଦନ୍ତ କରୁଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking