28.1 C
Bhubaneswar
Thursday, March 28, 2024
Homeଓଡିଶାବାହାଘରରେ ମଦ୍ୟପ ଯୁବକର ଉନ୍ମତ୍ତକାଣ୍ଡ

ବାହାଘରରେ ମଦ୍ୟପ ଯୁବକର ଉନ୍ମତ୍ତକାଣ୍ଡ

ଜଗତସିଂହପୁର : ବାହାଘରରେ ମଦ୍ୟପ ଯୁବକର ଉନ୍ମତ୍ତକାଣ୍ଡ । ଲୋକଙ୍କୁ ପିଟି କଲା ଲହୁ ଲୁହାଣ । ଜଗତସିଂହପୁର ଜିଲ୍ଲା ରାଢ଼ଙ୍ଗ ପଞ୍ଚାୟତର ପୂଜା କଳିଙ୍ଗ ଗାଁରେ ଘଟିଛି ଏହି ଘଟଣା । ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି । ସଂପୃକ୍ତ ଯୁବକକୁ କାବୁ କରିଛି ରଘୁନାଥପୁର ଥାନା ପୋଲିସ । ଆହତଙ୍କୁ ଉଦ୍ଧାର କରି ଜଗତସିଂହପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ମଦ୍ୟପ ଯୁବକ ହେଲେ ଗାଁର ପ୍ରଭାତ ରାଉତ । ଗାଁର ବ୍ରହ୍ମାନନ୍ଦ ନାୟକଙ୍କ ଝିଅ ବାହାଘରରେ ପହଞ୍ଚି ହଠାତ ଲୁହା ରଡରେ ମାରପିଟ କରିବା ଆରମ୍ଭ କରି ଦେଇଥିଲେ । ଏଥିରେ ଝିଅର ବାପା, ବଡ ଭଉଣୀ, ଭିଣୋଇ, ମାମୁଁଙ୍କ ସମେତ ଜଣେ ପଡ଼ୋଶୀ ଆହତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking