26.1 C
Bhubaneswar
Friday, March 29, 2024
Homeଓଡିଶାତିର୍ତ୍ତୋଲ ପୋଲିସ ଉପରେ ଭରସା ନାହିଁ, ଏସପିଙ୍କ ନିକଟରେ ଅଭିଯୋଗ

ତିର୍ତ୍ତୋଲ ପୋଲିସ ଉପରେ ଭରସା ନାହିଁ, ଏସପିଙ୍କ ନିକଟରେ ଅଭିଯୋଗ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର କଲମପୁର ଶାରଳା ମନ୍ଦିର ନିକଟରେ ଥିବା ଦାସ ମେଡିସିନ ଦୋକାନରୁ ଦିନ ଦି ପହରରେ ଡକାୟତି ହେଲା । ଏପିଆର୍ ପୋଲିସ ସମ୍ମୁଖରେ ଦୋକାନରେ ପଶି ଦୋକାନୀ ରଂଜନ ଦାସଙ୍କୁ ବନ୍ଧୁକ ଦେଖାଇ ୨୨ ହଜାର ଟଙ୍କା ଦୋକାନ ଡ୍ରରୁ ନେଇଗଲେ । ଅସହାୟ ଦୋକାନୀ ପାଖରେ ଥିବା ପୋଲିସ ବାହିନୀର ସାହାଯ୍ୟ ମାଗିବା ବେଳେ ଦୋକାନୀଙ୍କ ବେକରେ ପକାଇଥିବା ସୁନାଚେନ୍ ଛିଣ୍ଡାଇ ନେଇ ଚାଲିଗଲେ । ଓଲଟା ଗାଳିକରି କହିଲେ ଅଭିଯୋଗ କଲେ ଜୀବନରୁ ମାରିଦେବୁ । ଜଗତସିଂହପୁର ଏସପିଙ୍କ ନିକଟରେ ଏପରି ସଙ୍ଗୀନ୍ ଅଭିଯୋଗ କରିଛନ୍ତି ନିଜେ ଦୋକାନ ମାଲିକ ରଞ୍ଜନ ଦାସ । ଜଗତସିଂହପୁର ଡ୍ରଗସ୍ ଆଣ୍ଡ କେମିକାଲ ଆସୋସିଏସନ୍ ସଂପାଦକ ପ୍ରଫୁଲ୍ଲ କୁମାର ଦାସ ତିର୍ତ୍ତୋଲ ପୋଲିସର ମନ୍ଥର ଗତିରେ ଚାଲୁଥିବା ତଦନ୍ତ ପ୍ରକ୍ରିୟା ଉପରେ ଭରସା ହରାଇ ଏପରି ପଦକ୍ଷେପ ନେଇଛନ୍ତି । ଆଗାମୀ ଦିନରେ ଯଦି ଆସାମୀ ମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରନ୍ତି ତେବେ ଜିଲ୍ଲାର ସମସ୍ତ ମେଡିସିନ ଦୋକାନ ବନ୍ଦ ରଖିବାକୁ ଚେତାବନୀ ଦିଆଯାଇଛି । ତିର୍ତ୍ତୋଲ ପୋଲିସର ଏପରି ଖାମଖିଆଲି ମନୋଭାବକୁ ସାଧାରଣରେ ନିନ୍ଦା କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking