34.1 C
Bhubaneswar
Thursday, April 25, 2024
Homeଓଡିଶାଭଳିକି ଭଳି ଫୁଲରେ ସଜେଇ ହୋଇଛନ୍ତି ପ୍ରଭୁ ଲିଙ୍ଗରାଜ

ଭଳିକି ଭଳି ଫୁଲରେ ସଜେଇ ହୋଇଛନ୍ତି ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର: ଆଜି ଜାଗର ଯାତ୍ରା। ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ଭଳି କି ଭଳି ଫୁଲରେ ସଜାଯାଉଛି ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ଓ ଭିତର ବେଢା। ଏଥିପାଇଁ ଆସିଛି ୧୫ ଲକ୍ଷରୁ ଅଧିକ ଟଙ୍କାର ୨୦ ପ୍ରକାରର ରଙ୍ଗବେରଙ୍ଗ ଫୁଲ। କେବଳ ଫୁଲ ନୁହେଁ, ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସିଂହଦ୍ୱାର ସମ୍ମୁଖରୁ ୨୦୦ ମିଟର ଯାଏଁ ବ୍ୟାରିକେଡ୍‌ କରାଯାଇଛି। ଛାଇ ପାଇଁ ଅସ୍ଥାୟୀ ସେଡ୍‌ ବି ହୋଇଛି ନିର୍ମାଣା। ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୧୦ଟାରେ ଉଠିବ ମହାପ୍ରଭୁଙ୍କ ମହାଦୀପ। ଏଥର ମନ୍ଦିର ବାହାରେ ମଧ୍ୟ ଶ୍ରଦ୍ଧାଳୁ ଦୀପ ଜାଳିପାରିବେ। ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ସହ ଶ୍ରଦ୍ଧାଳୁଙ୍କ ପାଇଁ ୧୪ଟି ପାର୍କିଂ ପ୍ଲେସ କରାଯାଇଛି।

ଶ୍ରୀକ୍ଷେତ୍ରରେ ଶ୍ରୀଲୋକନାଥଙ୍କ ସାନ୍ନିଧ୍ୟ ପାଇଁ ସମାଗମ ହେବ ଲକ୍ଷାଧିକ ଭକ୍ତଙ୍କର। ଜାଗର ପାଇଁ ରାତି ୧୨ଟାରୁ ଶ୍ରୀଲୋକନାଥଙ୍କ ଦ୍ୱାରଫିଟା ଯାଇ ସମସ୍ତ ନୀତିକାନ୍ତି କରାଯିବ। ଏହାପରେ ଚାଲିବ ସାଧାରଣ ଦର୍ଶନ। ହରିହର ପୂଜା ଭୋଗ, ଚତୁର୍ଦ୍ଦଶୀ ଭୋଗ, ବଡ଼ସିଂହାର ଭୋଗ ପରେ ରାତି ୩ଟାରେ ମହାଦୀପ ପ୍ରଜ୍ଜଳନ କରାଯିବ। ସେପଟେ ଜଗତ ମଙ୍ଗଳା ଜାଗର କମିଟି ପକ୍ଷରୁ ପ୍ରଜ୍ଜଳନ କରାଯାଇଛି ସାଢ଼େ ୬ ଫୁଟ୍ ଉଚ୍ଚର ଦୀପ। ଯାହା ୪ଶହ ଲିଟର ଘିଅରେ ପ୍ରଜ୍ଜଳିତ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking