28.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶ*ଆମେରିକାର ମିନ୍ନେସୋଟା ଠାରେ ର5ବିବାର ଶ୍ରୀ ଗୁଣ୍ଡିଚା ମନ୍ଦିରର ଶୁଭ ଉଦଘାଟନ*

*ଆମେରିକାର ମିନ୍ନେସୋଟା ଠାରେ ର5ବିବାର ଶ୍ରୀ ଗୁଣ୍ଡିଚା ମନ୍ଦିରର ଶୁଭ ଉଦଘାଟନ*

ମିନିଆପଲିସି /ଭୁବନେଶ୍ୱର: ଆମେରିକାର ମିନ୍ନେସୋଟା ରାଜ୍ୟ ସ୍ଥିତ ହିନ୍ଦୁ ମନ୍ଦିର ପରିସର ରେ ନବ ନିର୍ମିତ ଶ୍ରୀଗୁଣ୍ଡିଚା ମନ୍ଦିରର ଆସନ୍ତା ରବିବାର ୧୩ ତାରିଖ ଦିନ ଶୁଭ ଉଦଘାଟନ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ସେଦିନ ଆମେରିକୀୟ ସମୟ ସକାଳ ୧୧.୩୦ ମିନିଟ ରେ ସିନେଟର ଆମି କ୍ଲୋବୁଚର୍ ଏବଂ ମାପଲଗ୍ରୋଭ ର ମେୟର ମାର୍କ ଷ୍ଟିଫେନସନ୍ ଏହି ସୁନ୍ଦର, ସୁଶୋଭିତ ଓ ସୁରମ୍ୟ ମନ୍ଦିର ଟିକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପୁରୀ ଠାରେ ଥିବା ମୂଳ ଶ୍ରୀଗୁଣ୍ଡିଚା ମନ୍ଦିର ପରେ ସମଗ୍ର ବିଶ୍ୱରେ ମିନ୍ନେସୋଟାର ଏହି ଗୁଣ୍ଡିଚା ମନ୍ଦିର ପ୍ରଥମ ବୋଲି ବିବେଚିତ ହେଉଅଛି।

ମିନ୍ନେସୋଟା ରାଜ୍ୟର ମାପଲଗ୍ରୋଭ ନଗରରେ ୮୦ ଏକର ପରିମିତ ଜାଗା ଉପରେ ଅବସ୍ଥିତ ୪୩୦୦୦ ବର୍ଗଫୁଟର ବିରାଟକାୟ ହିନ୍ଦୁ ମନ୍ଦିର ୨୦୦୬ ମସିହା ରେ ପ୍ରତିଷ୍ଠା କରାଯାଇଥିଲା। ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାର ସର୍ବବୃହତ ହିନ୍ଦୁ ମନ୍ଦିରର ମାନ୍ୟତା ଲାଭ କରିଥିବା, ଏହି ଧାର୍ମିକ ସଂସ୍ଥାନର ଏବେ ପ୍ରସିଦ୍ଧ ବୈଜ୍ଞାନିକ ଡଃ ସୀତକଣ୍ଠ ଦାଶ ଅଧକ୍ଷ ଏବଂ ପୂଜା ବାସ୍ଟୋଦକର ସଭାପତି ଅଛନ୍ତି। ମନ୍ଦିରର ସ୍ଥାପନ ଏବଂ ଏହାର ଉତ୍ତୋରତ୍ତର ଉନ୍ନତି ନେଇ ଡଃ ସୀତକଣ୍ଠ ଦାଶ ଙ୍କ ସମେତ ଡଃ କୃଷ୍ଣ ସାକ୍ସେନା, ଡଃ ଶଶିକାନ୍ତ ସାନେ, ବାଇରନ୍ ବାଇରାହା, ମହେନ୍ଦ୍ର ନାଥ ଓ ପୁଞ୍ଜଭାଇ ପଟେଲ ପ୍ରମୁଖ ବିଶେଷ ଭୂମିକା ନିର୍ବାହ କରିଆସିଛନ୍ତି। ଏହି ମନ୍ଦିର ରେ ଅନ୍ୟାନ୍ୟ ଦେବାଦେବୀ ଙ୍କ ସହିତ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନ ପୂଜା ପାଉଛନ୍ତି ତଥା ନିୟମିତ ଭାବେ ରଥଯାତ୍ରା ପର୍ବ ଅନୁଷ୍ଠିତ ହୋଇଆସୁଛି।ଏଠାରେ ଗୁଣ୍ଡିଚା ମନ୍ଦିରକୁ ନିର୍ମାଣ କରିବାରେ ଅଧକ୍ଷ ଡଃ ଦାଶ ଏବଂ ତାଙ୍କ ପରିବାରର ଯୋଗଦାନ ବେଶ ଉଲ୍ଲେଖଯୋଗ୍ୟ।

ମିନ୍ନେସୋଟାର ୫୦ ହଜାର ଭକ୍ତଙ୍କର ପୂଜା ଅର୍ଚ୍ଚନା ର ପୀଠସ୍ଥଳୀ ସାଜି ଥିବା ଏହି ମନ୍ଦିରକୁ ସ୍ଥାପନ କରିଥିବା ଓ ଏହାର ପରିଚାଳନା ଦାୟିତ୍ଵ ରେ ଥିବା ‘‘ହିନ୍ଦୁ ସୋସାଇଟି ଅଫ ମିନ୍ନେସୋଟା’’ ପକ୍ଷରୁ ମୁଖ୍ୟ ମନ୍ଦିରର ପଞ୍ଚଦଶ ବାର୍ଷିକୀ ତଥା ଗୁଣ୍ଡିଚା ମନ୍ଦିରର ଉଦଘାଟନ ଉପଲକ୍ଷେ ଏକ ତିନି ଦିନିଆ ମହୋତ୍ସବ ଆୟୋଜନ କରାଯାଉଥିବା ମନ୍ଦିର ପ୍ରଶାସନ ସୂତ୍ରରୁ ପ୍ରକାଶ। ଏହି ମହାସମାରୋହ ୧୧ ତାରିଖ ସକାଳେ ପୂଜା , ଆରତୀ ଓ ହୋମ ରୁ ଆରମ୍ଭ ହୋଇ ୧୩ ତାରିଖ ମଧ୍ୟାହ୍ନ ରେ ପ୍ରସାଦ ସେବନ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି।  ୧୨ ତାରିଖ ରେ ବାର୍ଷିକ ଉତ୍ସବ ପାଳନ ରେ ମିନ୍ନେସୋଟାର ରାଜ୍ୟପାଳ ଟିମ୍ ୱାଲଜ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଆମେରିକୀୟ ସମୟ ସକାଳ ୧୦.୩୦ ମିନିଟ ରୁ ୧୧.୩୦ ମିନିଟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସାଧାରଣ ସଭାରେ ରାଜ୍ୟପାଳ ଶ୍ରୀ ୱାଲଜ, ୧୯୭୮ ମସିହାରେ ଗଠନ କରାଯାଇଥିବା ଏହି ସୋସାଇଟିର ଐତିହାସିକ ତଥ୍ୟାବଳୀ , ବର୍ତ୍ତମାନର କାର୍ଯ୍ୟପନ୍ଥା ଏବଂ ଭବିଷ୍ୟତର ଯୋଜନାକ୍ରମ ତଥା ବିଭିନ୍ନ ଚାଲୁ ପ୍ରକଳ୍ପ ଉପରେ ପ୍ରକାଶିତ ଏକ ସ୍ମରଣିକାକୁ ଉନ୍ମୋଚନ କରିବେ। ଏହି ଅବସରରେ ଅଧକ୍ଷ ଡଃ ସୀତକଣ୍ଠ ଦାଶ ମନ୍ଦିର ର ସମସ୍ତ ପ୍ରକଳ୍ପ ମୁଖ୍ୟ ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବେ ବୋଲି ସୂଚନା ମିଳିଛି। କନକ ଦତ୍ତ ଙ୍କୁ ଚଳିତ ବର୍ଷର ଉତ୍କୃଷ୍ଟ ସେବାକାରୀ ପୁରସ୍କାର ପ୍ରଦାନ କରାଯିବ। ମାହୋସ୍ଛବ ର ବିଶେଷ ଆକର୍ଷଣ ଭାବରେ ଜୁନ ବାର ତାରିଖ ସନ୍ଧ୍ୟାରେ ପ୍ରତିଷ୍ଠିତ ଓ ଉଦୀୟମାନ କଳାକାର ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯିବାକୁ ଥିବା ଜଣାଯାଇଛି।

ଏହି ବହୁ ଆକାଂକ୍ଷିତ ତ୍ରିଦିବସୀୟ ମହୋତ୍ସବ କୁ ଆୟୋଜନ କରିବାରେ ଅଧକ୍ଷ ଡଃ ଦାଶ , ସଭାପତି ଶ୍ରୀମତୀ ବାସ୍ଟୋଦକର ଏବଂ ମନ୍ଦିରର ୧୭ ଜଣ ଯୋଜନା ସମିତିର ସଦସ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପ୍ରାପ୍ତ ସମ୍ବାଦରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking