କଟକ : କଟକ ବଡ଼ ମେଡିକାଲ(ଏସସିବି) ରେ ଭର୍ତ୍ତି ହୋଇଛି କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା। ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଜଗାକୁ କଟକ ଅଣାଯାଇଥିବା ଜଣାଯାଇଛି। ଏସସିବି ମେଡିକାଲର କାଜୁଆଲିଟି ଟ୍ରମା କେୟାର ୟୁନିଟର ସ୍ୱତନ୍ତ୍ର ପ୍ରକୋଷ୍ଠରେ ଜଗାକୁ ରଖାଯାଇଛି। ଜଗାର ସିଟି ସ୍କାନ ଓ ଏମ୍ଆରଆଇ କରାଯାଇଥିବା ବେଳେ ଆଜି ଦିଲ୍ଲୀ ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଦଳ ଜଗାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିବେ। ସୂଚନାଯୋଗ୍ୟ, କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା–କାଳିଆଙ୍କ ସମ୍ପର୍କରେ ସେମାନଙ୍କ ମାଆ ପୁଷ୍ପାଞ୍ଜଳି କଅଁର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। କଟକ ବଡ଼ ଡାକ୍ତରଖାନାରେ ସେମାନଙ୍କ ପରୀକ୍ଷା ନିରୀକ୍ଷା ପରେ ୨୦୧୭ରେ ସେମାନଙ୍କୁ ଏମସ ପଠାଯାଇଥିଲା।