40.1 C
Bhubaneswar
Thursday, April 25, 2024
Homeମନୋରଞ୍ଜନକେସରୁ ମୁକୁଳିଲେ ଜ୍ୟାକଲିନ! ଅଭିନେତ୍ରୀଙ୍କୁ ମିଳିଲା ଅନ୍ତରୀଣ ଜାମିନ

କେସରୁ ମୁକୁଳିଲେ ଜ୍ୟାକଲିନ! ଅଭିନେତ୍ରୀଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ କେସରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କୁ ମିଳିଛି ବଡ ଆଶ୍ୱସ୍ତି । ଘନ ଘନ ଜେରା ପରେ କୋର୍ଟ ଜ୍ୟାକଲିନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛି । ଏହା ପୂର୍ବରୁ ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ସୋମବାର ପଟିଆଲା କୋର୍ଟରେ ହାଜର ହୋଇଥିଲେ ଜ୍ୟାକଲିନ ।

ସୂଚନା ଅନୁସାରେ, ୨୦୦ କୋଟି ମନି ଲଣ୍ଡ୍ରିଂ ମାମଲାରେ ଅଦାଲତକୁ ସମନ ହୋଇଥିଲେ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜ । ଏହାପରେ ଓକିଲ ମଧ୍ୟ ଏହି ମାମଲାରେ ଜାମିନ ପାଇଁ ଯାଚିକା ଦାୟର କରିଥିଲେ । ତେବେ ମାନ୍ୟବର କୋର୍ଟ ଏବେ ଜ୍ୟାକଲିନଙ୍କ ଅନ୍ତରୀଣ ଜାମିନକୁ ମଞ୍ଜୁର କରିଛନ୍ତି । ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୦୦ କୋଟି ଠକେଇ ମାମଲାରେ ଜ୍ୟାକଲିନଙ୍କୁ ପ୍ରାୟ ୮ ଘଣ୍ଟା ପର୍ଯ୍ୟନ୍ତ ଜେରା କରିଥିଲା ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ବା ଇଓଡବ୍ଲୁ । ତେବେ ପଚରାଉଚରା ସମୟରେ ଜ୍ୟାକଲିନ କିଛି ପ୍ରଶ୍ନର ଉତ୍ତର ଦେଇ ନଥିଲେ । ଏହା ବ୍ୟତୀତ ପିଙ୍କି ଇରାନୀଙ୍କୁ ମଧ୍ୟ ଜେରା କରିଥିଲା ।

ସୁକେଶ ଚନ୍ଦ୍ରଶେଖର ସହିତ ଜ୍ୟାକଲିନଙ୍କ ନାଁ ଯୋଡି ହେବା ପରଠୁ ଆଇନର ନାଗଫାଶରେ ଫସି ଯାଇଛନ୍ତି ଜ୍ୟାକଲିନ । ୨୧୫ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟାକଲିନଙ୍କୁ ଆରୋପୀ ସଜାଇ ଦେଇଛି ଇଡି । ଏ ଘଟଣାରେ ଜ୍ୟାକଲିନଙ୍କ ବିରୋଧରେ ଚାର୍ଜସିଟ ମଧ୍ୟ ଦାଖଲ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking