39.4 C
Bhubaneswar
Thursday, April 18, 2024
Homeଓଡିଶାଚିକିତ୍ସା ଅବହେଳାରେ ଜବାନଙ୍କ ମୃତ୍ୟ ଅଭିଯୋଗ

ଚିକିତ୍ସା ଅବହେଳାରେ ଜବାନଙ୍କ ମୃତ୍ୟ ଅଭିଯୋଗ

ମୟୁରଭଞ୍ଜ : କାର୍ଯ୍ୟରତ ଯବାନଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ ଯବାନ ଦୀର୍ଘ ୧୧ବର୍ଷ ହେଲା ଶ୍ରୀନଗରରେ ସୀମା ସୁରକ୍ଷା ବାହିନୀ ଯବାନ ଭାବେ ଡ୍ୟୁଟି କରିଆସୁଥିଲେ। ସେ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଯୋଡ଼ାପୋଖରୀ ଗ୍ରାମର ଫାଗୁ ଟୁଡୁ । ଦୀର୍ଘ ୧୧ ବର୍ଷ ହେବ ଶ୍ରୀନଗରରେ ସୀମା ସୁରକ୍ଷା ବାହିନୀ ଭାବେ କାର୍ଯ୍ୟରତ ଥିଲେ । ତେବେ ତାଙ୍କ ଦେହ ଅସୁସ୍ଥ ଥିବା ସତ୍ତ୍ୱେ ବିଭାଗୀୟ ଅଧିକାରୀମାନେ ଚିକିତ୍ସା ପାଇଁ ଦୃଷ୍ଟି ଦେଇନଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଫଳରେ ୨୨ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମରଶରୀରକୁ ଯବାନମାନେ ତାଙ୍କ ଜନ୍ମମାଟି ଯୋଡ଼ାପୋଖରୀ ଗାଁ କୁ ଆଣିଥିଲେ। ଏଠାରେ ଫାଗୁ ଟୁଡୁଙ୍କର ମରଶରୀର ପହଞ୍ଚିବା ଖବର ପ୍ରଚାରିତ ହେବାରୁ ଶେଷ ଦର୍ଶନ ପାଇଁ ସ୍ଥାନୀୟ ଲୋକମାନଙ୍କ ଗହଳି ବୃଦ୍ଧି ପାଇଥିଲା । ପରେ ପରିବାର ଲୋକ ଓ ବନ୍ଧୁବର୍ଗଙ୍କ ଉପସ୍ଥିତିରେ ସ୍ଥାନୀୟ ସଚେତନ ନାଗରିକ ଏବଂ ଦେଶପ୍ରେମୀ ଯୁବଗୋଷ୍ଠୀଙ୍କ ପକ୍ଷରୁ ଏକ ଅଶ୍ରୁଳ ବିଦାୟୀ ଶୋଭାଯାତ୍ରାରେ ଶ୍ମଶାନକୁ ଯବାନଙ୍କ ମୃତଦେହକୁ ନିଆଯାଇଥିଲା। ସେଠାରେ ସମସ୍ତଙ୍କ ଉପସ୍ଥିତିରେ ଯବାନ ମାନଙ୍କ ପକ୍ଷରୁ ରାଷ୍ଟ୍ରୀୟ ସଲାମି ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ବେଳେ ତାଙ୍କ ମୃତ୍ୟୁର ଖବର ଜାଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking