33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଜବଲପୁର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ମ୍ୟାନେଜର ଗିରଫ, ୪ ଡାକ୍ତରଙ୍କ ବିରୋଧରେ ମାମଲା

ଜବଲପୁର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ମ୍ୟାନେଜର ଗିରଫ, ୪ ଡାକ୍ତରଙ୍କ ବିରୋଧରେ ମାମଲା

ଭୋପାଳ: ମଧ୍ୟପ୍ରଦେଶର ଜବଲପୁର ସହରରେ ଥିବା ନିଉ ଲାଇଫ୍ ମଲିଟିସ୍ପେଶାଲିଟୀ ହସ୍ପିଟାଲରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟି ୧୦ ଜଣ ପ୍ରାଣ ହରାଇଥିବାବେଳେ ୧୨ ଜଣ ଗୁରୁତର ପୋଡିଯାଇଛନ୍ତି । ପୁଲିସ ଏହାର ତଦନ୍ତ କରି ହସ୍ପିଟାଲର ମ୍ୟାଜେନର ରାମ ସୋନିଙ୍କୁ ଗିରଫ କରିଥିବା କର୍ତ୍ତବ୍ୟରେ ଅବହେଳା କାରଣରୁ ୪ ଜଣ ଡାକ୍ତରଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରିଛି ।

ସୂଚନାଯୋଗ୍ୟ ନିଶାନ୍ତ ଗୁପ୍ତା, ସୁରେଶ ପଟେଲ, ସଞ୍ଜୟ ପଟେଲ ଓ ସନ୍ତୋଷ ସୋନି ନାମକ ଏହି ୪ ଜଣ ଡାକ୍ତର ବର୍ତ୍ତମାନ ଫେରାର ଅଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୦୪ ଓ ୩୦୮ ଅନୁଯାୟୀ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି ଜବଲପୁର ଏସ୍‌ପି ସିଦ୍ଧାର୍ଥ ବହୁଗୁଣା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking