30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଅଗଷ୍ଟ ୧୫ ପୂର୍ବରୁ ଆତଙ୍କବାଦୀଙ୍କ ଯୋଜନା ପଣ୍ଡ କଲେ ସୁରକ୍ଷାକର୍ମୀ

ଅଗଷ୍ଟ ୧୫ ପୂର୍ବରୁ ଆତଙ୍କବାଦୀଙ୍କ ଯୋଜନା ପଣ୍ଡ କଲେ ସୁରକ୍ଷାକର୍ମୀ

ଜମ୍ମୁ: ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ଆଉ ଏକ ବଡ ଷଡଯନ୍ତ୍ରକୁ ପଣ୍ଡ କରି ଜମ୍ମୁ ପୁଂଛ ରାଜରାସ୍ତାରେ ପଡିଥିବା ଏକ ଆଇଇଡିକୁ ନିଷ୍କ୍ରିୟ କରିଛନ୍ତି । ଆତଙ୍କବାଦୀମାନେ ଜମ୍ମୁ ପୁଂଛ ରାଜପଥରେ ଏହି ଆଇଇଡିକୁ ସୁରକ୍ଷାକର୍ମୀଙ୍କ ଗାଡି କିମ୍ବା ସାର୍ବଜନିକ ଗାଡିକୁ ଟାର୍ଗେଟ କରି ଲଗାଇଥିଲେ । ଏନେଇ ଗୁଇନ୍ଦା ସୂଚନା ମିଳିଥିବା ଆଜି ପ୍ରକାଶ କରିଥିଲେ ଜମ୍ମୁ ପୁଲିସ । ଏହାପରେ ଜମ୍ମୁ ପୁଲିସ ଓ ସେନା ଉକ୍ତ ଅଂଚଳରେ ସର୍ଚ୍ଚ ଅପରେସନ କରିଥିଲେ । ସର୍ଚ୍ଚ ଅପରେସନ ମଧ୍ୟରେ ସୁରକ୍ଷାକର୍ମୀଙ୍କୁ ଆଇଇଡି ମିଳିଥିଲା । ତାହା ମିଳିବା ପରେ ତୁରନ୍ତ ବମ୍ ଡିସପୋଜାଲ ସ୍କ୍ୱାଡଙ୍କୁ ଡକାଯାଇଥିଲା । ସେମାନେ ଏହାକୁ ନିଷ୍କ୍ରିୟ କରିଥିଲେ । କହିରଖୁଛୁ, ଚଳିତ ବର୍ଷ ସ୍ୱାଧୀନତା ଦିବସ ପୂର୍ବରୁ ପାକିସ୍ତାନ ଜମ୍ମୁ କଶ୍ମୀରରେ ବଡ ଆତଙ୍କୀ ଘଟଣାକୁ ସଫଳ କରିବା ପାଇଁ ଯୋଜନା କରୁଛି । ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଓ ତାଙ୍କ ସହଯୋଗୀଙ୍କୁ ହତିଆର ପହଂଚାଇବା ପାଇଁ ପାକିସ୍ତାନ ଲଗାତରଭାବେ ଡ୍ରୋନ ବ୍ୟବହାର କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking