ନୂଆଦିଲ୍ଲୀ: ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଶାର ପ୍ରୀତିସ୍ମିତା ଭୋଇ ଓ ବେଦବ୍ରତ ଭାରାଲି ପେରୁ ରାଜଧାନୀ ଲିମାରେ ଆୟୋଜିତ ୨୦୨୪ ଆଇଡବ୍ଲ୍ୟୁଏଫ୍ ଯୁବ (ବାଳକ ଓ ବାଳିକା) ବିଶ୍ୱ ଲିଫ୍ଟିଙ୍ଗ୍ ଚାମ୍ପିଅନ୍ଶିପ୍ର ଶ୍ରେଷ୍ଠ ଲିଫ୍ଟର୍ ଘୋଷିତ ହୋଇଛନ୍ତି । ଟୁର୍ଣ୍ଣାମେଣ୍ଟ୍ରେ ଭାରତୀୟ ଆଥ୍ଲେଟ୍ ଏହି ପୁରସ୍କାର ଜିତିବା ଏହା ପ୍ରଥମ ଘଟଣା । ୧୭ ବର୍ଷୀୟ ଭାରାଲି ନିଜ ଜାତୀୟ ରେକର୍ଡରେ ସୁଧାର କରି ସ୍ନାଚ୍ରେ ୧୩୬ କେଜି ଭାର ଉଠାଇ ଟୁର୍ଣ୍ଣାମେଣ୍ଟ୍ରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ପ୍ରଥମ ପୁରୁଷ ଲିଫ୍ଟର୍ ହୋଇଛନ୍ତି । ପତିଆଲାରେ ଚଳିତ ମାସ ୨୦ ତାରିଖରେ ଅନୁଷ୍ଠିତ ଚୟନ ଟ୍ରାଏଲ୍ସରେ ସେ ୧୩୩ କେଜି ଭାର ଉଠାଇ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ଏହା ପୂର୍ବରୁ ୨୦୧୬ରେ ଜେରେମି ଲାଲ୍ରିନୁଙ୍ଗା ଏବଂ ମୁଥୁପାଣ୍ଡି ରାଜା ୫୬ କେଜି ଓଜନ ବର୍ଗରେ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ୍ ପଦକ ଜିତିବା ଭାରତୀୟ ପୁରୁଷ ଲିଫ୍ଟର୍ଙ୍କ ଟୁର୍ଣ୍ଣାମେଣ୍ଟ୍ରେ ଶ୍ରେଷ୍ଠ ସଫଳତା ଥିଲା ।
ପ୍ରୀତିସ୍ମିତା ମହିଳା ୪୦ କେଜି କ୍ଲିନ୍ ଓ ଜର୍କ ବର୍ଗରେ ଏକ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହି ଟୁର୍ଣ୍ଣାମେଣ୍ଟ୍ରେ ଭାରତ ୬ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଆଠ ବ୍ରୋଞ୍ଜ୍ ସହ ମୋଟ ୧୮ ପଦକ ଜିତିଛି ।