27.1 C
Bhubaneswar
Thursday, April 25, 2024
Homeଓଡିଶାୟୁଟ୍ୟୁବ ଦେଖି ବିଦ୍ୟୁତ୍ ସରଞ୍ଜାମ ତିଆରି ହେଲା କାଳ : ଛାତ୍ରଙ୍କ ଛିଣ୍ଡିଗଲା ୫ ଆଙ୍ଗୁଳି

ୟୁଟ୍ୟୁବ ଦେଖି ବିଦ୍ୟୁତ୍ ସରଞ୍ଜାମ ତିଆରି ହେଲା କାଳ : ଛାତ୍ରଙ୍କ ଛିଣ୍ଡିଗଲା ୫ ଆଙ୍ଗୁଳି

କେନ୍ଦୁଝର : ୟୁଟ୍ୟୁବ୍ ଦେଖି ଏକ ବିଦ୍ୟୁତ ସରଞ୍ଜାମ ପ୍ରସ୍ତୁତ କରିବା ଜଣେ ଛାତ୍ରଙ୍କ ପାଇଁ ମହଙ୍ଗା ପଡ଼ିଛି । ପରୀକ୍ଷଣବେଳେ ବିସ୍ଫୋରଣ ଘଟି ତାଙ୍କର ୫ଟି ଯାକ ଆଙ୍ଗୁଳି ଛିଣ୍ଡିଯାଇଛି । ସୂଚନା ଅନୁଯାୟୀ,  ସଦର ବ୍ଲକ ଅଧୀନସ୍ଥ ଗୋପୀନାଥପୁର ଗ୍ରାମର ଦାଶରଥି ବେହେରାଙ୍କ ପୁଅ କୃଷ୍ଣଚନ୍ଦ୍ର ବେହେରା (୨୫) ଶୁକ୍ରବାର ମଧ୍ୟାହ୍ନରେ ନିଜ ଘରେ ମୋବାଇଲରେ ୟୁଟ୍ୟୁବ୍ ଦେଖି ଏକ ବିଦ୍ୟୁତ୍ ସରଞ୍ଜାମ ପ୍ରସ୍ତୁତି ନିମନ୍ତେ କିଛି ବାରୁଦ ଓ ବୈଦ୍ୟୁତିକ ଉପକରଣ ନେଇ କାର୍ଯ୍ୟ କରୁଥିଲେ । ସେ +୨ ବିଜ୍ଞାନ ପାସ୍ କରିବା ପରେ ସେ ୟୁଟ୍ୟୁବ୍ ଦେଖି ବିଭିନ୍ନ ବୈଜ୍ଞାନିକ ପରୀକ୍ଷଣ କରିଆସୁଥିଲେ । ପରୀକ୍ଷଣବେଳେ ହଠାତ୍ ବିଦ୍ୟୁତ୍ ଚାର୍ଜ ସମୟରେ ସରଞ୍ଜାମଟି ଫାଟିଯିବାରୁ ତାଙ୍କ ହାତ ପାପୁଲିରୁ ୫ଟି ଯାକ ଆଙ୍ଗୁଳି ଛିଣ୍ଡିଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଦିନ ୨ଟାରେ ୧୦୮ ଆମ୍ବୁଲାନ୍ସ ଦ୍ୱାରା କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତୁରନ୍ତ ଏକ ରକ୍ତ ପ୍ୟାକେଟ୍ ଲଗାଇ ୧୦୮ଦ୍ୱାରା କଟକ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking