33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶୟୁପି ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ : ଜିତିନ ପ୍ରସାଦଙ୍କ ସମେତ ୭ନୂଆ ମୁହଁ

ୟୁପି ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ : ଜିତିନ ପ୍ରସାଦଙ୍କ ସମେତ ୭ନୂଆ ମୁହଁ

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସନ୍ଧ୍ୟାରେ ତାଙ୍କ ମନ୍ତ୍ରିମଣ୍ଡଳକୁ ସମ୍ପ୍ରସାରିତ କରିଛନ୍ତି। ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଲକ୍ଷ୍ନୌରେ ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଛନ୍ତି। ୭ ଜଣ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ଏହି ୬ ଜଣ ମନ୍ତ୍ରୀଙ୍କୁ ନିଜ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ରବିବାର ଯୋଗୀ ନିଜ କ୍ୟାବିନେଟ ସଂପ୍ରସାରଣ କରିଥିବା ବେଳେ ଜିତିନ ପ୍ରସାଦ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହା ବାଦ ଅନ୍ୟ ୬ ଜଣ ମନ୍ତ୍ରୀ ରାଷ୍ଟ୍ର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଉତ୍ତର ପ୍ରଦେଶ ରାଜଭବନରେ ଏହି ୭ ନେତା ଶପଥ ଗ୍ରହଣ କରିଥିଲେ । ତୃତୀୟ ଥର ପାଇଁ ଯୋଗୀ ନିଜ କ୍ୟାବିନେଟ ସଂପ୍ରସାରଣ କରିଥିବା ବେଳେ ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାବିନେଟ ସଂପ୍ରସାରଣ ସହିତ ସମସ୍ତ ଜାତିକୁ ସନ୍ତଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ଯୋଗୀ ଆଦିତ୍ୟନାଥ । ଜିତିନ ପ୍ରସାଦଙ୍କ ବ୍ୟତୀତ ପଲଟୁ ରାମ, ଛତ୍ରପାଲ ଗଙ୍ଗୱାର, ସଙ୍ଗୀତା ବଲୱନ୍ତ ବିନ୍ଦ, ଧର୍ମେନ୍ଦ୍ର ପ୍ରଜାପତି, ସଞ୍ଜୀବ କୁମାର ଗୌର ଏବଂ ଦୀନେଶ ଖାତିକ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ସମୁଦାୟ ୭ ଜଣ ମନ୍ତ୍ରୀଙ୍କ ମଧ୍ୟରେ ଜଣେ ମାତ୍ର ମହିଳା ମନ୍ତ୍ରୀ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking