39.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଆଇ ଟିଡିଏ ଆସିଷ୍ଟାଣ୍ଟ ଇଂଜିନିୟର ଗଣାପତି ଜେନାଙ୍କ ଦୁର୍ବ୍ୟବହାର ଘଟଣା,ଏତଲା ପରେ ବି କାର୍ଯ୍ୟାନୁଷ୍ଠାନ ଶୁନ

ଆଇ ଟିଡିଏ ଆସିଷ୍ଟାଣ୍ଟ ଇଂଜିନିୟର ଗଣାପତି ଜେନାଙ୍କ ଦୁର୍ବ୍ୟବହାର ଘଟଣା,ଏତଲା ପରେ ବି କାର୍ଯ୍ୟାନୁଷ୍ଠାନ ଶୁନ

ମୟୂରଭଞ୍ଜ: ଦୁର୍ବ୍ୟବହାର ପ୍ରଦର୍ଶନ ସହିତ ଜାତିଆଣ ଆକ୍ଷେପ ଭଳି ସଙ୍ଗୀନ ଅଭିଯୋଗ ଆଣିଲେ ଆଦିବାସୀ ଯୁବକ। ତାହା ପୁଣି ବାରିପଦା ITDA ସହକାରୀ ନିର୍ବାହୀଯନ୍ତ୍ରୀ ଶ୍ରୀ ଗଣପତି ଜେନାଙ୍କ ବିରୋଧରେ। ଘଟଣାକୁନେଇ ଗତମାସ ୪ତାରିଖ ବାରିପଦା ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଟାଉନଥାନା ପକ୍ଷରୁ 591/2020 ନଂରେ ଦଫା 294,500 ସହିତ ଏସି/ଏସଟି ପ୍ରିଭେନସନଆକ୍ଟ ମୂଳେ ମାମଲା ପଞ୍ଜୀକୃତ ହୋଇଛି। ତେବେ ଅଭିଯୋଗର ମାସାଧିକ ସମୟ ଅତିକ୍ରମ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ୍। ଟାଉନଥାନା ପୋଲିସର ଅସହଯୋଗରେ ହତାଶ ତଥା ମାନସିକ ଚାପଗ୍ରସ୍ତ ହୋଇ ଶେଷରେ ନ୍ୟାୟ ପାଇବା ପାଇଁ ବାଧ୍ୟ ହୋଇ ଏସପି ମୟୂରଭଞ୍ଜଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିବା ଦେଖିବାକୁ ମିଳିଛି। ଅଭିଯୋଗକାରୀ ଆଦିବାସୀ ଯୁବକ ଅଭିଯୋଗ ସୂଚନା ଅନୁସାରେ ବଡ଼ସାହି ଥାନା ଅନ୍ତର୍ଗତ ବଡନିଆପାଳ ଗ୍ରାମର ବିଜୟ ହାଁସଦା ଏବଂ ତାଙ୍କର ସହଯୋଗୀ ଶ୍ରୀ ହେମ କୁମାର ନାଏକଙ୍କ ସହ ବାରିପଦା ITDA ର ଆସିଷ୍ଟାଣ୍ଟ ଇଂଜିନିୟର ଶ୍ରୀ ଗଣପତି ଜେନାଙ୍କୁ ଭେଟି ତାଙ୍କ ଅଂଚଳରେ ହେବାକୁ ଥିବା ଉନ୍ନତି ମୂଳକକାର୍ଯ୍ୟ ବାବଦରେ ଆଲଚନା କରିଥିଲେ। ବର୍ତ୍ତମାନ କରୋନା ମହାମାରୀ ସମୟରେ ଗାଁର ଦିନମଜୁରିଆ ଲୋକମାନେ କାମ ନ ପାଇ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କର୍ମନିଯୁକ୍ତି ଯୋଗାଇଦେବା ନିମନ୍ତେ ହେବାକୁ ଥିବା ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଅନୁରୋଧ କରିଥିଲେ। ମାତ୍ର କାହିଁକି କେଜାଣି ଏଥିରେ ଆସିଷ୍ଟାଣ୍ଟ ଇଂଜିନିୟର ଶ୍ରୀ ଜେନା ଉତକ୍ଷିପ୍ତ ହୋଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜାତିଆଣଆକ୍ଷେପ କରିଥିଲେ। ଏବଂ ସେ କାମ କେବଳ ବିଜେଡ଼ି ଦଳର ଲୋକ ହିଁ କରିବେ ବୋଲି ରୋକଠକ ଶୁଣେଇ ଦେଇଥିଲେ। ଏବାବଦରେ ବିଜୟ ହାଁସଦା ଗତ ୪ତାରିଖରେ ବାରିପଦା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିବା ସତ୍ତ୍ୱେ ଦୀର୍ଘଦିନ ବିତି ଯାଇଥିଲେ ବି କୋଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ପୋଲିସ। ଫଳରେ ସେମାନେ ଏବାବଦରେ ଫେରାଦ ହେବାକୁ ଏସପି ମୟୁରଭଞ୍ଜଙ୍କୁ ଭେଟିଥିଲେ। ତେବେ ‘ମୋ,ସରକାର’ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀମାନେ ସାଧାରଣ ଲୋକଙ୍କୁ ଉଚିତ ସମ୍ମାନ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଥିବା ବେଳେ ଏହାତାର ବ୍ୟତିକ୍ରମ ନୁହେଁକି ବୋଲି ଆଲୋଚନା ହେଉଥିବା ବେଳେ ଏବେ ଏଘଟଣାରେ ଆଗକୁ କିପ୍ରକାର ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking