30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗବାରିପଦା ବିଧାୟକ ଏବଂ ସମର୍ଥକଙ୍କ ଆକ୍ରମଣର ଶିକାର ହେଲେ ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀ

ବାରିପଦା ବିଧାୟକ ଏବଂ ସମର୍ଥକଙ୍କ ଆକ୍ରମଣର ଶିକାର ହେଲେ ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀ

ମୟୁରଭଞ୍ଜ : ଚର୍ଚ୍ଚାରେ ବାରିପଦା ଆଦିବାସୀ ଉନ୍ନୟନ ସଂସ୍ଥା।କେତେବେଳେ କାମ ବଣ୍ଟନକୁ ନେଇ ତୋ ପୁଣି କେତେବେଳେ ଜାଲିୟାତିକୁ ନେଇ। ତେବେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବରୁ ଭିଜିଲାନ୍ସ ଚଢ଼ାଉର ସମ୍ମୁଖୀନ ହୋଇଥିଲେ ଏଠାରେ କାର୍ଯ୍ୟ କରୁଥିବା ସହକାରୀ ନିର୍ବାହୀଯନ୍ତ୍ରୀ। ତେଣୁ ତାଙ୍କର ସଚ୍ଚଟତା, ଦକ୍ଷତା ଏବଂ ନିରପେକ୍ଷତା ପ୍ରତି ସନ୍ଦେହ ଘେରୋରେ ରଖି ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଇଛି। ଏବେ ସାମ୍ନାକୁ ଆସିଥିବା ଘଟଣା ଅନୁଯାୟୀ ବାରିପଦା ବିଧାୟକଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ କରି ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ରହିଛନ୍ତି। ଗତକାଲି ରାତିରେ ଡାକ୍ତରଖାନା ବେଡ଼ରେ ଥାଇ ବାରିପଦା ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀ ଦେଇଥିବା ପ୍ରତିକ୍ରିୟା ଅନୁଯାୟୀ ବାରିପଦା ବିଧାୟକ ପ୍ରକାଶ ସୋରେନ ଏବଂ ତାଙ୍କର ୩ଜଣ ସମର୍ଥକଙ୍କ ଦ୍ବାରା ମାଡ ମରାଯାଇଥିବା ଅଭିଯୋଗ କହିଛନ୍ତି ବାରିପଦା ITDA ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନା । ବାରିପଦା ବିଧାୟକ ପ୍ରକାଶ ସୋରେନ ଗୁରୁବାର ସକାଳୁ ଫୋନ କରି ଯନ୍ତ୍ରୀ ଗଣପତି ଜେନାଙ୍କୁ ଡକାଇଥିଲେ । ହେଲେ ଯନ୍ତ୍ରୀ ଜେନା ଫିଲ୍ଡ କାର୍ଯ୍ୟରେ ଥିବା ଯୋଗୁଁ ବିଧାୟକଙ୍କୁ ଦିନବେଳେ ଦେଖା କରିପାରିନଥିଲେ । ସଂନ୍ଧ୍ୟାରେ ଶ୍ରୀ ଜେନା କାର୍ଯ୍ୟରୁ ଫେରିବା ପରେ ବିଧାୟକଙ୍କୁ ଦେଖା କରିବାକୁ ବାରିପଦା ସର୍କିଟ ହାଉସକୁ ଆସିଥିଲେ । ସେଠାରେ ଆଲୋଚନା ସମୟରେ ବିଧାୟକଙ୍କ ସମର୍ଥକଙ୍କୁ କଣପାଇଁ କାମ ମିଳୁନାହିଁ ବୋଲି ପଚାରିବା ସହ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଯେତେ କାକୁତି ମିନତୀ ହେଲେ ମଧ୍ୟ ଶୁଣିନଥିଲେ। ସେଠାରେ ଉପସ୍ଥିତ ଥିବା ବିଧାୟକ ଏବଂ ଅନ୍ୟ ତିନି ସମର୍ଥକ ସହ ଯନ୍ତ୍ରୀ ଜେନାଙ୍କୁ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ଗଣପତି ଜେନା । ରାତି ୮.୩୦ ମିନିଟ ପାଖାପାଖି ସେଠାରୁ ତାଙ୍କୁ ଛାଡିଦେବା ପରେ ସେ ତାଙ୍କ ବାସଭବନକୁ ଯାଇଥିଲେ ହେଲେ କିଛି ସମୟ ପରେ ଅସୁସ୍ଥ ଅନୁଭବ କରିବାରୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ତାଙ୍କ ଗୋଡ ଏବଂ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରୁଥିବା ପ୍ରକାଶ କରିଛନ୍ତି ବାରିପଦା ଆଇଟିଡିଏ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନା ।

ଏଘଟଣାକୁ ନେଇ ଆମେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ , ହେଲେ ରାତି ଅଧିକ ହୋଇଯାଇଥିବାରୁ ବିଧାୟକଙ୍କ ସହ ଆମର ଯୋଗାଯୋଗ ସମ୍ଭବ ହୋଇପାରିନଥିଲା ।  ଅନ୍ୟପଟେ ଏହି ସମ୍ବେଦନଶୀଳ ଘଟଣାଟି ସହରରେ ପ୍ରଚାରିତ ପରେ ଚର୍ଚ୍ଚା ଯୋର ଧରୁଥିଲେ ମଧ୍ୟ ଲୋକମାନେ ସହଜରେ ବିଶ୍ୱାସ କରିପାରୁନଥିବା ଭଳି ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଉଛି। ଅନ୍ୟପଟେ ଘଟଣା ସମ୍ପର୍କରେ ପୋଲିସରେ ଅଭିଯୋଗ ହୋଇନଥିବା ବେଳେ ଯଦି ଅଭିଯୋଗ ହୁଏ ପୋଲିସ ତଦନ୍ତ ପରେହିଁ ସତ ଜଣାପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking