36.7 C
Bhubaneswar
Tuesday, April 16, 2024
Homeଓଡିଶାକଟକ ଆଇଟିଏଟି ଉଦଘାଟନ କଲେ ମୋଦି

କଟକ ଆଇଟିଏଟି ଉଦଘାଟନ କଲେ ମୋଦି

ଭୁବନେଶ୍ୱର: କଟକ ଆୟକର ଆପିଲେଟ ଟ୍ରିବ୍ୟୁନାଲ ନୂଆ ଭବନର ଉଦଘାଟନ ହୋଇଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସାମିଲ ହୋଇଥିଲେ । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ବିଷିଷ୍ଟ ବ୍ୟକ୍ତି ମଧ୍ୟ ସାମିଲ ହୋଇଥିଲେ । ହାଇକୋର୍ଟ ମୁଖ୍ୟ ବିଚାରପତି ମଧ୍ୟ ଏଥିରେ ସାମିଲ ହୋଇଥିଲେ । ୧.୬୦ ଏକର ବିଷିଶ୍ଟ ପରିସରରେ ନିର୍ମିତ ହୋଇଥିବା ଏହି ଟ୍ରିବ୍ୟୁନାଲ କାର୍ଯ୍ୟାଳୟ ସଂଖ୍ୟା କଟକ ସମେତ ୬୫କୁ ବୃଦ୍ଧି ପାଇଛି । କଟକ ବେଂଚ ପୂର୍ବ ଭାରତ ଟିକସଦାତାଙ୍କୁ ସୁବିଧା ଦେଇପାରିବ ବୋଲି ମୋଦି କହିଛନ୍ତି । ବିଜୁ ବାବୁଙ୍କ ବିନା ଉଦ୍ୟମରେ କଟକରେ ଆଇଟିଏଟି ସମ୍ଭବ ହୋଇନଥାନ୍ତା । ନୂଆ ଅଟ୍ଟାଳିକାରେ ଉନ୍ନତ ସଂଚାର ବ୍ୟବସ୍ଥା ସହିତ ଇ-କୋର୍ଟ ସୁବିଧା ରହିଛି। ଯାହାଫଳରେ କଟକ ବେଞ୍ଚ ଏଠାକାର ମାମଲା ସମେତ କୋଲକାତା ଜୋନରେ ଥିବା ଅନ୍ୟ ନିଷ୍କ୍ରିୟ ବେଞ୍ଚ ଯେପରିକି ରାଞ୍ଚି, ପାଟନା ଓ ଗୌହାଟୀ କ୍ଷେତ୍ରରୁ ଆସୁଥିବା ମାମଲାଗୁଡ଼ିକର ଦ୍ରୁତ ସମାଧାନ କରିପାରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking