34.1 C
Bhubaneswar
Friday, March 29, 2024
Homeଅପରାଧ୩ ବର୍ଷର ଶିଶୁ ସହ ହେଲା କିଛି ଏପରି ଜାଣିଲେ ଉଡିଯିବ ହୋଶ

୩ ବର୍ଷର ଶିଶୁ ସହ ହେଲା କିଛି ଏପରି ଜାଣିଲେ ଉଡିଯିବ ହୋଶ

ନୂଆଦିଲ୍ଲୀ  : ଦିନକୁ ଦିନ ଦୁଷ୍କର୍ମକାରୀଙ୍କ ଜ୍ୱାଳା ଭଢ଼ିବାରେ ଲାଗିଛି । ସେ ଛୋଟ ଝିଅଟେ ହେଉ କି ଯୁବତୀ କାହାକୁ ବି ଛାଡ଼ୁ ନାହାଁନ୍ତି ରାକ୍ଷସ ମାନେ । ଏହି ନରରାକ୍ଷସଙ୍କ ପାଇଁ ଲାଗୁ ହୋଇଛି ନୂଆ ନିୟମ। ଯଦି କେହି ବ୍ୟକ୍ତି ଦୁଷ୍କର୍ମ କରିଥିବାର ମାମଲା ଆସେ ଏବଂ ସେଥିରେ ସେ ଦୋଷୀ ସାବ୍ୟସ୍ତ ହୁଏ ତେବେ ଦୋଷୀକୁ ଜେଲ ଦଣ୍ଡ ସହ ନପୁଂଶକ କରାଯିବ । ରସାୟନିକ ପଦ୍ଧତି ମାଧ୍ୟମରେ ଏହା କରାଯିବ । ଖୁବଶୀଘ୍ର ଏହି ନିୟମର ଶିକାର ହେବାକୁ ଯାଉଛନ୍ତି ଜଣେ ୪୮ ବର୍ଷୀୟ ବ୍ୟକ୍ତି ।

କାମନା ଲାଳସାରେ ଅନ୍ଧ ହୋଇ ଏକ ୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ ବ୍ୟକ୍ତି ଜଣଙ୍କ।ଏହା ପରେ ଝିଅଟି ଗୁରୁତର ଅବସ୍ଥାରେ ଜୀବନ ମରଣ ସହ ହସ୍ପିଟାଲରେ ସଘଂର୍ଷ କରୁଛି । ଅନ୍ୟପଟେ ଏହି ଘଟଣା ତୀବ୍ର ହେବା ପରେ ଅଭିଯୁକ୍ତଙ୍କୁ ଜେଲ ଦଣ୍ଡ ସହ ନପୁଂଶକ କରିବାକୁ ଆଦେଶ ଦିଆଯାଇଛି । ଆଉ ଏହି ଆଦେଶ ଆଣିଛନ୍ତି ପେରୁ ସରକାର।

ଜୈନିକ ବ୍ୟକ୍ତି ଜଣକ ଜେଲରୁ ମୁକୁଳିବା ପରେ ତାଙ୍କୁ ଏଭଳି ଦଣ୍ଡରେ ଦଣ୍ଡିତ କରାଯିବ । ତେବେ ସରକାରଙ୍କର ଏହି ନିଷ୍ପତ୍ତିକୁ ଅନେକ ସ୍ୱାଗତ କରିଛନ୍ତି । ହେଲେ ବିରୋଧି କହିଛନ୍ତି ଦୁଷ୍କର୍ମ ମାମଲାର ତ୍ୱରିତ ସମାଧାନ ହେବା ଉଚିତ । ଭାରତରେ ମଧ୍ୟ ଅଧିକାଂଶ ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସୁଛି । ହେଲେ ଦୋଷୀକୁ ଉଚିତ ଦଣ୍ଡ ବିଧାନ ହେଉନଥିବାରୁ ଅନେକ ଖସି ବୁଲୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking