27.1 C
Bhubaneswar
Thursday, April 25, 2024
Homeଅପରାଧ୭ମାସର ଶିଶୁ ସହ ତାନ୍ତ୍ରିକ ଯାହା କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

୭ମାସର ଶିଶୁ ସହ ତାନ୍ତ୍ରିକ ଯାହା କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ନୂଆଦିଲ୍ଲୀ : ରାଜସ୍ଥାନର ଭିଲୱାରାର ଜଣେ ତାନ୍ତ୍ରିକ ୭ମାସର ଶିଶୁକୁ ଜ୍ୱର ଏବଂ ଶୀତର ଚିକିତ୍ସା କରିବାପାଇଁ ଗରମ ଲୁହା ସହିତ ବାନ୍ଧି ଦେଇଥିଲା । ଏହି ଘଟଣା ପରେ ବାଳକର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ତାଙ୍କୁ ଡାକ୍ତରଖାନକୁ ନିଆଯାଇଥିଲା । ଖବର ଅନୁଯାୟୀ, ପୋଲିସ ଶିଶୁର ପିତାମାତାଙ୍କ ବିବୃତ ନେଇ ଶୁକ୍ରବାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ପୋଲିସର କହିବା ମୁତାବକ, ମଧ୍ୟପ୍ରଦେଶର ନେମାନଚରୁ ଆସିଥିବା ଶମ୍ବୁ ଭେଲ ଭିଲୱାରାର ଦାଦାବରୀ କଲୋନୀରେ ରୁହନ୍ତି ।

ସେ ଏବଂ ତାଙ୍କ ପତ୍ନୀ ଶ୍ରମିକ ଅଟନ୍ତି । ତାଙ୍କ ପୁଅକୁ ଜ୍ୱର ଥଣ୍ଡା ହୋଇଯାଇଥିଲା । ସେମାନଙ୍କର ଶିଶୁପୁତ୍ରଙ୍କୁ ଚିକିତ୍ସାଳୟରେ ଚିକିତ୍ସା କରିବାକୁ ନିଆଯାଇଥିଲା । ଖବର ମୁତାବକ ଗୁରୁବାର ଶମ୍ବୁଙ୍କ ପତ୍ନୀ ଏକ ଧାର୍ମିକ କାର୍ଯ୍ୟକୁ ଯାଇଥିଲେ ଯେଉଁଠାରେ କେହି ଜଣେ ତାଙ୍କ ଅସୁସ୍ଥ ପୁଅକୁ ଦେଖି ଚିକିତ୍ସା ପାଇଁ ତାନ୍ତ୍ରିକ ପାଖକୁ ନେବାକୁ ପରାମର୍ଶ ଦେଇଥିଲେ ।

ତା ପରେ ଶମ୍ବୁଙ୍କ ପତ୍ନୀ ପିଲାଟିକୁ ଚିକିତ୍ସା ପାଇଁ ସେହି ତାନ୍ତ୍ରିକ ପାଖକୁ ନେଇ ଯାଇଥିଲେ । ସେ ତାନ୍ତ୍ରିକ ଅସୁସ୍ଥ ଶିଶୁକୁ ଗରମ ଲୁହା ସହିତ ବାନ୍ଧିଦେଇ ତାର ଚିକିତ୍ସା ଆରମ୍ଭ କରିଦେଲା। ପରେ ସେ ଶିଶୁର ଅବସ୍ଥା ଗୃରୁତର ହୋଇଯାଇଥିଲା । ପରେ ଶିଶୁଟିକୁ ମହାତ୍ମା ଗାନ୍ଧୀ ଡାକ୍ତରଖାନାକୁ ନିଆଯାଇଥିଲା । ପାଲିସର ସୂଚନାନୁସାରେ ସେହି ତାନ୍ତ୍ରିକଟିକୁ ଗିରଫ କରିଛି ଏବଂ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking