27.1 C
Bhubaneswar
Thursday, April 25, 2024
Homeଖେଳବିସିସିଆଇ ଉପରେ ହେବ ଅର୍ଥ ବର୍ଷା : ପାଞ୍ଚ ବର୍ଷରେ ଆୟ କରିବ ୩୬ ହଜାର...

ବିସିସିଆଇ ଉପରେ ହେବ ଅର୍ଥ ବର୍ଷା : ପାଞ୍ଚ ବର୍ଷରେ ଆୟ କରିବ ୩୬ ହଜାର କୋଟି

ନୂଆଦିଲ୍ଲୀ : ଆଗାମୀ ପାଞ୍ଚ ବର୍ଷର ସାଇକ୍ଲ (୨୦୨୩-୨୭)ରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଆଇପିଏଲ୍ ପ୍ରସାରଣ (ଟିଭି ଓ ଡିଜିଟାଲ୍‌) ଅଧିକାରରୁ ୫୦୦ କୋଟି ଡଲାର ଆୟ କରିବା ସମ୍ଭାବନା ରହିଛି । ଏହା ବ୍ୟତୀତ ଆଇପିଏଲ୍‌ର ଦୁଇଟି ନୂଆ ଟିମ୍ ହାସଲ ପ୍ରକ୍ରିୟାରେ ବହୁ ବଡ଼ ବଡ଼ କମ୍ପାନୀ ସାମିଲ ହୋଇଛନ୍ତି । ୨୦୧୮-୨୦୨୨ ସାଇକ୍ଲ ପାଇଁ ଆଇପିଏଲ୍‌ର ପ୍ରସାରଣ ଅଧିକାର ଷ୍ଟାର୍ ଇଣ୍ଡିଆ ନିକଟରେ ରହିଛି । ସେତେବେଳେ ଏହାର ଭାଲ୍ୟୁଏସନ୍ ପ୍ରାୟ ୨.୫ ଶହ କୋଟି ଡଲାର ଥିବାବେଳେ ଆଗାମୀ ସାଇକ୍ଲ୍‌ରେ ଏହା ଦୁଇଗୁଣ (୫ ଶହ ଡଲାର ବା ପ୍ରାୟ ୩୬ ହଜାର କୋଟି ଟଙ୍କା) ହେବାର ଆଶା ରହିଛି ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ କିଛିଦିନ ତଳେ ଆମେରିକାର ଏକ କମ୍ପାନୀ ଆଇପିଏଲ୍ ପ୍ରସାରଣ ଅଧିକାର ପାଇଁ ଆଗ୍ରହ ପ୍ରକାଶ କରିଥିଲା । ୨୦୨୨ରେ ଆଇପିଏଲ୍‌ରେ ୧୦ଟି ଟିମ୍ ହୋଇଯିବ ଏବଂ ମ୍ୟାଚ୍ ସଂଖ୍ୟା ୭୪କୁ ବଢ଼ିବ । ଫଳରେ ଏହାର ଭାଲ୍ୟୁଏସନ୍‌ରେ ମଧ୍ୟ ବୃଦ୍ଧି ଘଟିବ । ସେ ଆହୁରି କହିଛନ୍ତି, ଆଇପିଏଲ୍‌ରେ ଦୁଇଟି ନୂଆ ଟିମ୍ ଯୋଗଦେବା ଫଳରେ ୭୦୦୦ରୁ ୧୦ ହଜାର କୋଟି ଟଙ୍କା ଆୟ ହେବ ଏବଂ ପ୍ରସାରଣ ଅଧିକାର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିବ ।

ଆଗାମୀ ସାଇକ୍ଲରେ ଆଇପିଏଲ୍ ପ୍ରସାରଣ ଅଧିକାର ମୂଲ୍ୟ ୪ରୁ ୫ ଶହ କୋଟି ଡଲାର ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ତେବେ ଆଇପିଏଲ୍ ନିୟମ ଅନୁସାରେ ଭାରତରେ ଶାଖା ଥିବା ବିଦେଶୀ କମ୍ପାନୀଙ୍କୁ ହିଁ ଆଇପିଏଲ୍ ପ୍ରସାରଣ ଅଧିକାର ମିଳିପାରିବ । ସାଧାରଣତଃ ବିସିସିଆଇ ଟିଭି, ଡିଜିଟାଲ୍ (ଷ୍ଟ୍ରିମିଂ), ରେଡିଓ ଓ ସୋସିଆଲ୍ ମିଡିଆ ଅଧିକାରର ବର୍ଗୀକରଣ କରିଥାଏ । ମାତ୍ର ଗତଥର ଷ୍ଟାର୍ ଇଣ୍ଡିଆକୁ ସମସ୍ତ ଅଧିକାର ପ୍ରଦାନ କରାଯାଇଥିଲା । ସୋନୀକୁ ହରାଇ ଷ୍ଟାର୍ ଇଣ୍ଡିଆ ଏହି ଅଧିକାର ହାତେଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking