33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶରାସ୍ତାରେ ସିଟ ବେଲ୍ଟ ବାନ୍ଧିବା ବେଆଇନ! ଜାଣନ୍ତୁ ଏହି ୨୫ କିଲୋମିଟର ସଡକର କାହାଣୀ

ରାସ୍ତାରେ ସିଟ ବେଲ୍ଟ ବାନ୍ଧିବା ବେଆଇନ! ଜାଣନ୍ତୁ ଏହି ୨୫ କିଲୋମିଟର ସଡକର କାହାଣୀ

ନୂଆଦିଲ୍ଲୀ : ରାସ୍ତାରେ ଗାଡି ଚଳାଇବା ସମୟରେ ସିଟ ବେଲ୍ଟ ବାନ୍ଧିବା ଏକାନ୍ତ ଆବଶ୍ୟକ । ନଚେତ ଆପଣଙ୍କୁ ଟ୍ରାଫିକ ପୋଲିସର ଚାଲାଣ ଚାବୁକ ମାଡ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଅନେକ ସ୍ଥାନରେ ଆପଣ ସିଟ୍ ବେଲ୍ଟ ନ ବାନ୍ଧିବାରୁ ଚାଲାଣ କଟୁଥିବାର ଦେଖିଥିବେ । କିନ୍ତୁ ଏମିତି ବି ଗୋଟିଏ ସ୍ଥାନ ଅଛି, ଯେଉଁଠି ସିଟ୍ ବେଲ୍ଟ ବାନ୍ଧିବାକୁ ବେଆଇନ ବୋଲି କୁହାଯାଏ । ତେବେ ୨୫ କିଲୋମିଟରର ଏହି ରାସ୍ତାରେ ସିଟ୍ ବେଲ୍ଟ ବାନ୍ଧି ଗାଡି ଚଳାଇବାକୁ ବାରଣ କରାଯାଇଛି ।

ଏଭଳି ଏକ ରାସ୍ତା ରହିଛି ଇଷ୍ଟୋନିଆ ଅଞ୍ଚଳରେ । ୨୫ କିଲୋମିଟରର ଏହି ରାସ୍ତାକୁ ୟୁରୋପର ସବୁଠୁ ଲମ୍ବା ଆଇସ ରୋଡ ବୋଲି ମଧ୍ୟ କୁହାଯାଏ । ତେବେ ଏହି ରାସ୍ତା ସିମେଣ୍ଟ କିମ୍ବା କଂକ୍ରିଟରେ ନୁହେଁ, ବରଂ ବରଫରେ ତିଆରି ହୋଇଛି । ଏଠାରେ ଡ୍ରାଇଭିଂ କରୁଥିବା ଲୋକଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବାକୁ ମନା ହୋଇଥିବା ବେଳେ ସେମାନଙ୍କ ଗାଡିର ବେଗ ମଧ୍ୟ ନିର୍ଦ୍ଧାରିତ କରାଯାଇଛି ।

ୟୁରୋପର ସବୁଠୁ ଲମ୍ବା ଏହି ଆଇସ ରୋଡ ବାଲ୍ଟିକ ସାଗରର ଜମା ହୋଇଥିବା ସ୍ୱରୂପ ବୋଲି କୁହାଯାଉଛି । ତେବେ ଏଠାରେ ଡ୍ରାଇଭିଂ କରିବା ଏକ ନିଆରା ଅନୁଭୂତି ଦେବ । କିନ୍ତୁ ଏଠାରେ ଡ୍ରାଇଭିଂ କରିବା ପାଇଁ କିଛି ସ୍ୱତନ୍ତ୍ର ନିୟମ କାନୁନ ରହିଛି । ଏହି ରାସ୍ତାରେ ଗାଡି ଚଳାଇବାକୁ ହେଲେ ସିଟ ବେଲ୍ଟ ନ ପିନ୍ଧି ଗାଡି ଚଳାଇବାକୁ ପଡିଥାଏ । ସେହିପରି ଏହି ରାସ୍ତା ଦେଇ ଯିବା ସମୟରେ ଆପଣଙ୍କ ଗାଡିର ବେଗ ୨୫-୪୦କି.ମି/ଘଣ୍ଟା ରଖିପାରିବେ । ଶୁଣିବା ପାଇଁ ଏହା ଖୁବ ଅଜବ ଲାଗୁଥିଲେ ମଧ୍ୟ ଆପଣଙ୍କ ସୁରକ୍ଷା ପାଇଁ ଏହି ନିୟମ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking