30.1 C
Bhubaneswar
Thursday, April 25, 2024
Homeଓଡିଶାଜରୁରୀ ନଥିଲେ ମେଡିକାଲ ନ ଆସିବାକୁ ପରାମର୍ଶ

ଜରୁରୀ ନଥିଲେ ମେଡିକାଲ ନ ଆସିବାକୁ ପରାମର୍ଶ

ଭୁବନେଶ୍ୱର: କରୋନାର ଦୃତ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅପିଲ କରିଛି । ନିହାତି ଜରୁରୀ ନଥିଲେ ମେଡିକାଲ ଆସିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବାରଣ କରିଛନ୍ତି । ବିନା କାରଣରେ ମେଡିକାଲ ଆସି ଘରକୁ ସଂକ୍ରମଣ ନନେବାକୁ ସେ କହିଛନ୍ତି । ମେଡିକାଲ ଭଳି ସଂକ୍ରମଣ ପ୍ରବଣ ସ୍ଥାନକୁ ଆସି ଗହଳି ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ଗାଇଡଲାଇନ ଅନୁସାରେ, ଅନାବଶ୍ୟକ ଅପରେସନ ଓ ସ୍ୱାସ୍ଥ୍ୟ ସେବା ମିଳିବନି । ରୋଗୀଙ୍କୁ ବାରମ୍ବାର ନ ଡାକିବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦିଆଯାଇଛି । ମେଡିସିନ ଦେଇ ୭ରୁ ୧୦ ଦିନ ଅନ୍ତରରେ ଚେକଅପ ପାଇଁ ଡାକିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଦୈନିକ ଶହ ଶହ ସଂଖ୍ୟାରେ କରୋନା ସଂକ୍ରମିତ ପ୍ରତି ଜିଲ୍ଲାରୁ ବାହାରୁଛନ୍ତି । ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢିଛି । ସେଥିପାଇଁ ସରକାର କଡା ପଦକ୍ଷେପ ଗ୍ରହଣ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking