19.1 C
Bhubaneswar
Saturday, November 23, 2024
Homeଓଡିଶାଗ୍ରାହକଙ୍କୁ ଛିଣ୍ଡା କପଡା ଦେବା ଏଜିଓ କମ୍ପାନୀକୁ ମହଙ୍ଗା ପଡିଲା

ଗ୍ରାହକଙ୍କୁ ଛିଣ୍ଡା କପଡା ଦେବା ଏଜିଓ କମ୍ପାନୀକୁ ମହଙ୍ଗା ପଡିଲା

କଟକ: ଅନ୍‌ଲାଇନ୍‌ରେ ଅର୍ଡର୍ କରି ପାର୍ସଲ୍‌ରେ ଛିଣ୍ଡା କପଡା ପାଇଥିବା ଜଣେ ଗ୍ରାହକଙ୍କୁ ୧ ଲକ୍ଷ ୪୬ ହଜାର ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ସଂପୃକ୍ତ କମ୍ପାନୀକୁ କଟକର କଂଜୁମର୍ କୋର୍ଟ ଆଦେଶ ଦେଇଛନ୍ତିି । ଏଥିସହିତ ଦୁଇଟି ଟି-ସାର୍ଟ ବାବଦରେ ଗ୍ରାହକଙ୍କୁ ଅନ୍‌ଲାଇନ୍‌ରେ ସେ କମ୍ପାନୀକୁ ପୈଠ କରିଥିବା ଅର୍ଥରାଶିକୁ ମଧ୍ୟ ଫେରସ୍ତ କରିବାକୁ କୋର୍ଟ ଏଜିଓ କମ୍ପାନୀକୁ ଆଦେଶ ଦେଇଛନ୍ତି । କଟକର ପିଠାପୁରର ପ୍ରିତମ୍ କୁମାର ଜେନା ନାମକ ଜଣେ ବ୍ୟକ୍ତି ଉକ୍ତ କମ୍ପାନୀର ୱେବ୍‌ସାଇଟ୍‌ରେ ଗତ ୨୦୨୨ ମସିହା ମାର୍ଚ୍ଚ ୨୪ ତାରିଖରେ ଦୁଇଟି ବ୍ରାଣ୍ଡେଡ୍ ଟି -ସାର୍ଟ ଅର୍ଡର କରିଥିଲେ ।

ସାର୍ଟ ପିଛା ୪୬୧୯ ଟଙ୍କା ଅର୍ଥ ପୈଠ କରିଥିଲେ । ମାର୍ଚ୍ଚ ୨୯ ତାରିଖରେ ସେ କମ୍ପାନୀରୁ ଏକ ପାର୍ସଲ୍ ପାଇଥିଲେ । ପାର୍ସଲ୍ ଖୋଲିବା ପରେ ସେଥିରେ ଟି-ସାର୍ଟ ବଦଳରେ ଛିଣ୍ଡା କପଡା ପାଇଥିଲେ । ଏ ସମ୍ପର୍କରେ କମ୍ପାନୀରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ଫଳରେ ସେ କଟକର କଞ୍ଜ୍ୟୁମର୍ କୋର୍ଟରେ ମାମଲା ରୁଜୁ କରିଥିଲେ । କୋର୍ଟ ଏହାର ଶୁଣାଣି କରି ଗ୍ରାହକଙ୍କୁ ତାଙ୍କ ପୈଠ ଅର୍ଥ ଫେରସ୍ଥ କରିବା ସହ ଗତ ୨୦୨୨ ମସିହା ମାର୍ଚ୍ଚ ୨୪ ତାରିଖଠାରୁ ୧୨ ପ୍ରତିଶତ ସୁଧହାରରେ ଅର୍ଥ ପୈଠ କରିବାକୁ ଆଦେଶ ଦେଇଛନ୍ତି । ଏଥିସହିତ କ୍ଷତିପୁରଣ ବାବଦକୁ ୮୦ ହଜାର ଟଙ୍କା ପ୍ରଦାନ କରିବାକୁ କୋର୍ଟ ସଂପୃକ୍ତ କମ୍ପାନୀକୁ ଆଦେଶ ଦେଇଛନ୍ତିି । ଅନ୍ୟପକ୍ଷରେ ଗ୍ରାହକଙ୍କୁ ମାନସିକ ପୀଡା ଦେବା କାରଣରୁ କୋର୍ଟ କମ୍ପାନୀକୁ ୬୦ ହଜାର ଟଙ୍କା ମଧ୍ୟ ପ୍ରଦାନ କରିବାକୁ କହିଛନ୍ତିି । ୩୦ ଦିନ ମଧ୍ୟରେ କୋର୍ଟଙ୍କ ଏହି ନିର୍ଦେଶନାମା କାର୍ଯ୍ୟକାରୀ କରିବାକୁ ଆଦେଶରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking