32.1 C
Bhubaneswar
Tuesday, April 23, 2024
Homeଓଡିଶାଏମିତି ବି ହୋଇପାରେ ବାହାଗର: ବର ସହିତ ବରଯାତ୍ରୀ ବି ଗଲେ ସାଇକେଲରେ

ଏମିତି ବି ହୋଇପାରେ ବାହାଗର: ବର ସହିତ ବରଯାତ୍ରୀ ବି ଗଲେ ସାଇକେଲରେ

ଭୁବନେଶ୍ୱର: ସଇକେଲରେ ବସିଛନ୍ତି ବର ଆଉ ପାଖରେ ଥିବା ବରଯାତ୍ରୀମାନେ ଧରିଛନ୍ତି ଗୋଟେଗୋଟେ ସାଇକେଲ ସାଇକେଲରେ ବନ୍ଧାହୋଇଛି ପ୍ଲାଗକାର୍ଡ ଯେଉଁଥିରେ ଲେଖାଯାଇଛି ପରିବେଶ ସୁରକ୍ଷାରକୁ ନେଇ ଅନେକ ସଚେତନ ବାର୍ତ୍ତା । ନିଆରା ଚିନ୍ତାଧାରା ନିଆରା ବିବାହ ଆଜିକାଲି ସମାଜରେ ସଭିଏଁ ନିଜ ନିଜର ବାହାଠର ଆଡମ୍ବର ସହକାରେ କରିବା ପାଇଁ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ହେଲେ ଏମିତି ଏକ ବହାଘର ଏବେ ସାମ୍ନାକୁ ଅସିଛି ଯାହାକୁ ଦେଖି ଆପଣ ବି କହିବେ ଆଜିର ସମାଜରେ ଏମିତି ବି ଲୋକ ଅଛନ୍ତି ଯିଏ କେବଳ ନିଜ କଥା ନୁହେଁ ଏଇ ସମାଜର ମଙ୍ଗଳ କଥା ଚିନ୍ତା କରୁଛନ୍ତି ।

ଆଉ ସେ ହେଉଛନ୍ତି କେନ୍ଦ୍ରାପଡ଼ର ରାଜେଶ କୁମାର ବାରିକ । ବର ବେଶରେ ନିଜେ ସାଇକେଲରେ ଯିବା ସହ ବରଯାତ୍ରୀଙ୍କୁ ବି ସାଇକେଲରେ ଧରି ବାହାରିଛନ୍ତି । ଏମିତି ନିଆରା ଢ଼ଙ୍ଗରେ ପରିବେଶ ପାଇଁ ଲୋକଙ୍କ ସଚେତନ କରୁଛନ୍ତି ବର ରାଜେଶ । ନା ଦରକାର ପଡ଼ିଲା ଦାମୀ କାର୍‌, ନା ଦରକାର ପଡ଼ିଲା ଆତସବାଜି । ବିନା ବାଣ ଡିଜେ ସାଉଣ୍ଡରେ ବି ହୋଇପାରେ ବରଯାତ୍ରୀ, ପଡ଼ିପାରେ ହାତଗଣ୍ଠି । କେନ୍ଦ୍ରାପଡା କନ୍ତିଆ ଗ୍ରାମର ରାଜେଶ କୁମାର ବାରିକ ବିବାହ ସମୟରେ ସାଇକେଲ ଶୋଭାଯାତ୍ରାରେ ବାହାରିଛନ୍ତି ଶଶୁର ଘର ଗରଦପୁର । ପୂରା ବରଯାତ୍ରୀ ଧରି ସାଇକେଲରେ ଯିବା ସହ ରାସ୍ତାରେ ଲୋକଙ୍କୁ ବାଣ୍ଟିଛନ୍ତି ଗଛ । ଯାହାକୁ ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ନା, ବାଣ, ନା ଡିଜେ । ଶବ୍ଦ ପ୍ରଦୂଷଣକୁ ନା ବାୟୂ ପ୍ରଦୂଷଣକୁ ବି ନା । ଏମିତି ଏକ ଢ଼ଙ୍ଗରେ ନିଆରା ବରଯାତ୍ରୀ ଏବେ ଅନ୍ୟମାନଙ୍କୁ ପ୍ରେରଣା ଦେଇଛି । ପରିବେଷକୁ କିଭଳି ସ୍ୱଚ୍ଛ, ସୁରକ୍ଷିତ ରଖିପାରିବା ଶହଶହ ଲୋକଙ୍କୁ ସଚେତନ କରାଇ ନିଜ ବରଯାତ୍ରୀରେ ସାମିଲ କରାଇଛନ୍ତି କେନ୍ଦ୍ରାପଡା଼ର ବର । ଲୋକେ ବି ଏମିତି ବରଯାତ୍ରୀ ଦେଖି ବେଶ୍ ଆନନ୍ଦ ଅଛନ୍ତି । ଆଉ ବାଟରେ ରହି ରହି ସାଇକେଲରୁ ଓହ୍ଲାଇ ଗଛ ବାଣ୍ଡୁଛନ୍ତି ବର ରାଜେଶ ।

ଯାହାକୁ ନେଇ କନିଆ ଘରେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି । ନିଜ ବାହାଘରକୁ ନିଆରା କରିବାକୁ ସଭିଏଁ ଚାହାନ୍ତି । କିଏ ବିଳାଶପୂର୍ଣ୍ଣ ତ କିଏ ସାଧାରଣ ଭାବେ କରି ଚର୍ଚ୍ଚାକୁ ଆସନ୍ତି । ହେଲେ ରାଜେଶଙ୍କ ପରିବେଶ ପ୍ରେମ ବାହାଘରକୁ ସବୁଠୁ ନିଆରା କରିଦେଇଛି । ସେ ନିଜେ ମାର୍କଣ୍ଡିକୁ ଧରି ବରଯାତ୍ରୀଙ୍କୁ ସାଇକେଲରେ ଆଣି ଆଗାମୀ ଯୁବପିଢ଼ିଙ୍କ ପାଇଁ ଏକ ଭିନ୍ନ ବାତ୍ତା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking