33.1 C
Bhubaneswar
Wednesday, April 24, 2024
HomeUncategorizedସିଏମଏସ-୦୧ର ସଫଳ ଉତକ୍ଷେପଣ

ସିଏମଏସ-୦୧ର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ: ଭାରତର ୪୨ ତମ ସଂଚାର ଉପଗ୍ରହ ଗୁରୁବାର ଦିନ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ) ଦ୍ୱାରା ଲଂଚ କରାଯାଇଛି । ପିଏସଏଲଭି ରକେଟ ସାହାଯ୍ୟରେ ଗୁରୁବାର ଦ୍ୱିପ୍ରହରରେ ଲଂଚ୍ କରାଯାଇଛି । ଇସ୍ରୋ ପିଏସଏଲଭି ସି୫୦ ରକେଟ ସାହାଯ୍ୟରେ ଆଜି ନିଜର ୪୨ ତମ ସଂଚାର ଉପଗ୍ରହ ମହାକାଶକୁ ଉତକ୍ଷେପଣ କରିଛି । ଏହାର ନାମ ହେଉଛି ସିଏମଏସ ୦୧ । ଏହାକୁ ପିଏସଏଲଭି ସି୫୦ ରକେଟ ଏହାର ନିର୍ଦ୍ଧାରିତ ଜିଓସିନକ୍ରୋନ୍ସ ଟ୍ରାନ୍ସଫର ଅର୍ବିଟରେ ପହଂଚାଇସାରିଛି । ଆଗାମୀ ୪ ଦିନରେ ସିଏମଏସ ୦୧ ସାଟେଲାଇଟ ନିଜ କକ୍ଷ ସ୍ଥାନରେ ପହଂଚିଯିବ । ତେବେ ଏହି ସାଟେଲାଇଟ ଜରିଆରେ ସି ବ୍ୟାଣ୍ଡ ଫ୍ରିକ୍ୱେନ୍ସି ଶକ୍ତିଶାଳୀ ହୋଇପାରିବ । ଅର୍ଥାତ ଦେଶରେ ଟିଭି ସଂଚାରକୁ ନେଇ ନୂଆ ଟେକ୍ନିକ ବିକଶିତ କରାଯାଇପାରିବ । ସଂପୂର୍ଣ୍ଣ ତଥ୍ୟ ଅନୁଯାୟୀ, ରକେଟ ୨୦ ମିନିଟ ଉଡାଣ ପରେ ସିଏମଏସ ୦୧ ସାଟେଲାଇଟକୁ ତା କକ୍ଷରେ ପହଂଚାଇସାରିଥିଲା । ଏବେ ସେହି କକ୍ଷରୁ ଆଗକୁ ଥିବା ଯାତ୍ରା ସାଟେଲାଇଟ ନିଜେ ନିଜେ ସଂପୂର୍ଣ୍ଣ କରିବ । ଆଗାମୀ ୭ ବର୍ଷ ଯାଏଁ ସିଏମଏସ ୦୧ ସକ୍ରିୟ ରହିବ । ଏହି ସାଟେଲାଇଟ ଜରିଆରେ ଆଣ୍ଡାମାନ ନିକୋବର, ଲକ୍ଷାଦ୍ୱୀପ ସମେତ ସମଗ୍ର ଭାରତରେ ଏକ୍ସଟେଣ୍ଡେଡ ସି ବ୍ୟାଣ୍ଡ ଫ୍ରିକ୍ୱେନ୍ସିର କଭରେଜ ମିଳିପାରିବ । ସତୀଶ ଧବନ ସ୍ପେସ ସେଣ୍ଟରରୁ ଏହା ୭୭ ତମ ଲଂଚ ମିଶନ ଥିଲା । ଦ୍ୱିତୀୟଟି ହେଲା, ପିଏସଏଲଭି ରକେଟର ଏହା ୫୨ ତମ ସଫଳ ଉତକ୍ଷେପଣ ଥିଲା । ତୃତୀୟଟି ହେଲା ଭାରତରେ ଇସ୍ରୋ ନିଜର ୪୨ତମ ସଂଚାର ଉପଗ୍ରହ ଲଂଚ କଲା ଓ ଚତୁର୍ଥ ଟି ହେଲା ପିଏସଏଲଭି ଏକ୍ସଏଲ ରକେଟର ଏହା ୨୨ତମ ସଫଳ ଉଡାଣ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking