33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ, ୧୦ ମୃତ

ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ, ୧୦ ମୃତ

ଗାଜା: ପାଲେଷ୍ଟାଇନର ଗାଜା ସହର ଉପରେ ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ କୁଖ୍ୟାତ ଆତଙ୍କବାଦୀ ରହିଛି । ଶୁକ୍ରବାର ଗାଜା ଉପରେ ଏହି ବୋମାମାଡ଼ ହୋଇଛି । ପାଲେଷ୍ଟାଇନ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଇସଲାମିକ ଜିହାଦ ଆତଙ୍କବାଦୀ ସଂଗଠନକୁ ଟାର୍ଗେଟ କରି ଏହି ଏୟାରଷ୍ଟ୍ରାଇକ କରିଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି । ନିକଟରେ ଇସ୍ରାଏଲ ଜିହାଦ ଆତଙ୍କବାଦୀ ସଂଗଠନର ଜଣେ କୁଖ୍ୟାତ ଆତଙ୍କବାଦୀକୁ ଗିରଫ କରିଥିଲା । ଏହାର ପ୍ରତିଶୋଧ ନେବା ପାଇଁ ଏହି ଆତଙ୍କୀ ସଂଗଠନ ଆକ୍ରମଣ କରିବାକୁ ଯୋଜନା କରିଥିବା ଆଶଙ୍କା କରି ଇସ୍ରାଏଲ ସେନା ଗାଜା ଉପରେ ବୋମାମାଡ କରିଛି । ତେବେ ଇସ୍ରାଏଲର ଏହି ଆକ୍ରମଣର ଜବାବ ଦେଇଛି ପାଲେଷ୍ଟାଇନ ଆତଙ୍କୀ ସଂଗଠନ ।

ଏୟାରଷ୍ଟ୍ରାଇକର କିଛି ସମୟ ପରେ ପାଲେଷ୍ଟାଇନ ଆତଙ୍କବାଦୀ ଇସ୍ରାଏଲ ଉପରେ ରକେଡ ମାଡ କରିଛନ୍ତି । ପ୍ରାୟ ୧୦୦ ରକେଟ ମାଡ କରାଯାଇଥିବା ଇସଲାମିକ ଜିହାଦ ସଂଗଠନ ଦାବି କରିଛି । ଦୀର୍ଘ ବର୍ଷ ଧରି ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ତିକ୍ତତା ଲାଗି ରହିଛି । ଗତ ୧୫ ବର୍ଷ ମଧ୍ୟରେ ଇସ୍ରାଏଲ ଏବଂ ଗାଜା ଆତଙ୍କୀ ହମାସ୍ ଆତଙ୍କୀ ସଂଗଠନ ମଧ୍ୟରେ ୪ଟି ବଡ ଆକ୍ରମଣ ଏବଂ କିଛି ଛୋଟ ଆକ୍ରମଣ ହୋଇଛି । ଯାହାର ପରିମାଣ ପାଲେଷ୍ଟାଇନର ୨ ମିଲିୟନ ନିବାସୀଙ୍କୁ ଭୋଗିବାକୁ ପଡିଛି । ଶୁକ୍ରବାର ଗାଜା ସହରରେ ବଡ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା । ଏଠାରେ ଥିବା ଏକ ଉଚ୍ଚ ବିଲ୍ଡିଂ ଉପରେ ବୋମାମାଡ ହୋଇଥିଲା । ଉକ୍ତ ବିଲ୍ଡିଂରେ କିଛି ଆତଙ୍କବାଦୀ ଥିବା ସନ୍ଦେହ କରି ଏହି ଆଟାକ୍ କରିଥିଲା ଇସ୍ରାଏଲ । ଏହି ଆକ୍ରମଣର ଭିଡିଓ ଇସ୍ରାଏଲ ପକ୍ଷରୁ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking