37.2 C
Bhubaneswar
Friday, April 19, 2024
Homeଦେଶ ବିଦେଶଗାଜା ସ୍ଥିତି ଅପରିବର୍ତ୍ତିତ; ୧୨ ମହଲା ବିଶିଷ୍ଟ ଅଟ୍ଟାଳିକା ଧରାଶାୟୀ, ଇସ୍ରାଏଲ ବିମାନ ଆକ୍ରମଣରେ ଆଉ...

ଗାଜା ସ୍ଥିତି ଅପରିବର୍ତ୍ତିତ; ୧୨ ମହଲା ବିଶିଷ୍ଟ ଅଟ୍ଟାଳିକା ଧରାଶାୟୀ, ଇସ୍ରାଏଲ ବିମାନ ଆକ୍ରମଣରେ ଆଉ ୧୦ ମୃତ

ଗାଜାସିଟି : ସୋମବାରଠାରୁ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଆରମ୍ଭ ହୋଇଥିବା ଘମାଘୋଟ ଲଢେଇ ଦିନକୁ ଦିନ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଶନିବାର ଇସ୍ରାଏଲ ପକ୍ଷରୁ ବିମାନ ଆକ୍ରମଣ କରାଯିବା ଫଳରେ ଗାଜା ସହରରେ ୧୦ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ସାମିଲ ଥିବା ଜଣାପଡିଛି । ଏହାବ୍ୟତୀତ ଏକ ୧୨ ମହଲା ବିଶିଷ୍ଟ ଅଟ୍ଟାଳିକା ଧରାଶାୟୀ ହୋଇପଡିଛି । ଉକ୍ତ ଅଟ୍ଟାଳିକାରେ ଅଲ୍ ଜଜିରା ଟିଭି ଓ ଆସୋସିଏଟେଡ୍ ପ୍ରେସ୍ ଭଳି ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟାଳୟ ଅବସ୍ଥିତ ଥିଲା । ବୋମାମାଡ ପୂର୍ବରୁ ଏହି ଅଟ୍ଟାଳିକାକୁ ଖାଲି କରିବାକୁ ଇସ୍ରାଏଲ ବାୟୁସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହି ଅଟ୍ଟାଳିକାକୁ ଟାର୍ଗେଟ କାହିଁକି କରାଗଲା, ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

ଶୁକ୍ରବାର ଇସ୍ରାଏଲର ଯୁଦ୍ଧବିମାନଗୁଡିକ ୱେଷ୍ଟ ବ୍ୟାଙ୍କ୍ ଅଞ୍ଚଳରେ ଘନ ଘନ ବୋମାମାଡ କରିବା ଫଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା। ଇତିମଧ୍ୟରେ ଇସ୍ରାଏଲ ଆକ୍ରମଣରେ ପାଲେଷ୍ଟାଇନର ମୋଟ ୧୨୬ ଜଣ ପ୍ରାଣ ହରାଇଥିବାବେଳେ ସହସ୍ରାଧିକ ଆହତ ହୋଇସାରିଲେଣି । ଅପରପକ୍ଷରେ ପାଲେଷ୍ଟାଇନର ଉଗ୍ରପନ୍ଥୀ ସଂଗଠନ ହାମାସ ପକ୍ଷରୁ ଇସ୍ରାଏଲର ବିଭିନ୍ନ ସହର ଉପରେ ଶତାଧିକ ରକେଟ ମାଡ କରାଯାଇଛି । ସୋମବାରଠାରୁ ଇସ୍ରାଏଲର ବିଭିନ୍ନ ସହରକୁ ଟାର୍ଗେଟ କରି ୨୦୦୦ ରକେଟ ମାଡ କରାଯାଇଥିବାବେଳେ ୯ ଜଣ ପ୍ରାଣ ହରାଇଥିବାବେଳେ ୫୬୦ ଜଣ ଆହତ ହୋଇଛନ୍ତି । ଇସ୍ରାଏଲ ତୁଳନାରେ ପାଲେଷ୍ଟାଇନର କ୍ଷୟକ୍ଷତି ଅଧିକ ହୋଇଥିବା ସତ୍ତ୍ୱେ ହାମାସ ସଂଗଠନ ନିଜ ଜିଦ୍‌ରୁ ଆଦୌ ଓହରିବାକୁ ପ୍ରସ୍ତୁତ ହେଉନଥିବା ଜଣାପଡିଛି । ଏହି ସ୍ଥିତିକୁ ନେଇ ଜାତିସଂଘ ସମେତ ଆରବ ରାଷ୍ଟ୍ରସମୂହ ଚିନ୍ତିତ ହୋଇପଡିଛନ୍ତି । ସଂଘର୍ଷ ରୋକିବାକୁ କୂଟନୈତିକସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିଲେ ସୁଦ୍ଧା କୌଣସି ପକ୍ଷ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking