23.1 C
Bhubaneswar
Tuesday, March 19, 2024
Homeଖେଳଆଇଏସ୍‌ଏଲ୍‌-୭ : ପ୍ରଥମ ମ୍ୟାଚ୍‌ରେ ଝୁଣ୍ଟିଲା ଓଏଫ୍‌ସି

ଆଇଏସ୍‌ଏଲ୍‌-୭ : ପ୍ରଥମ ମ୍ୟାଚ୍‌ରେ ଝୁଣ୍ଟିଲା ଓଏଫ୍‌ସି

ଗୋଆ : ଆଇଏସ୍‌ଏଲରେ ସୋମବାର ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ତା’ର ପ୍ରଥମ ମ୍ୟାଚ୍ ଖେଳିଥିବା ବେଳେ ଏଥିରେ ପରାସ୍ତ ହୋଇଛି । ପ୍ରତିପକ୍ଷ ହାଇଦ୍ରାବାଦ ଏଫ୍‌ସି ଅଧିନାୟକ ଆରିଡେନ୍ ସାଣ୍ଟାନାଙ୍କ ଗୋଲ୍ ବଳରେ ବିଜୟ ସହ ତା’ର ଅଭିଯାନ ଆରମ୍ଭ କରିଛି । ୩୫ତମ ମିନିଟ୍‌ରେ ଦଳକୁ ମିଳିଥିବା ପେନାଲ୍‌ଟି କିକ୍‌କୁ ଗୋଲ୍‌ରେ ପରିଣତ କରି ସାଣ୍ଟାନା ପ୍ରଥମ ବିଜୟ ଦେଇଛନ୍ତି । ପୂରା ମ୍ୟାଚ୍‌ରେ ବେଶ୍ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିବା ହାଇଦ୍ରାବାଦ ୩୩ତମ ମିନିଟ୍‌ରେ ଓଏଫ୍‌ସି ଅଧିନାୟକ
ଷ୍ଟିଭେନ୍ ଟେଲର୍‌ଙ୍କ ହାତରେ ବଲ୍ ବାଜିବାରୁ ପେନାଲ୍‌ଟି ପାଇଥିଲା । ହାଇଦ୍ରାବାଦର ହାଲିଚରନ୍ ନାରଜାରିଙ୍କ ଶଟ୍‌ଟି ଟେଲରଙ୍କ ହାତରେ ବାଜିଥିଲା । ଏହି ପେନାଲ୍‌ଟି କିକ୍‌କୁ ପ୍ରତିପକ୍ଷ ଗୋଲକିପର୍ ଅର୍ଶଦୀପ ସିଂଙ୍କୁ ପରାସ୍ତ କରି ଗୋଲ୍‌ପୋଷ୍ଟ୍ ଭିତରେ ବଲ୍‌କୁ ପ୍ରବେଶ କରାଇ ସାଣ୍ଟାନା ଦଳକୁ ୩ ପଏଣ୍ଟ ଦେଇଥିଲେ । ଆଇଏସ୍‌ଏଲ୍‌ରେ ଏହା ସାଣ୍ଟାନାଙ୍କ ଦଶମ ଗୋଲ୍ ଥିଲା । ଏଥିସହ ଗତ ସଂସ୍କରଣରେ ଡେବ୍ୟୁ କରିଥିବା ଓଏଫସି ବିପକ୍ଷରେ ଆଇଏସ୍‌ଏଲ୍‌ରେ ହାଇଦ୍ରାବାଦ ତା’ର ପ୍ରଥମ ବିଜୟ ପାଇଛି । ଗତବର୍ଷ ଦୁଇଟିଯାକ ମ୍ୟାଚ୍‌ରେ ଓଏଫସି ବିଜୟୀ ହୋଇଥିଲା । ମ୍ୟାଚ୍‌ର ପ୍ରଥମ ୨୦ ମିନିଟ୍ ମିନିଟ୍‌ରେ ହାଇଦ୍ରାବାଦ ପକ୍ଷରୁ ଜାଓଆ ଭିକ୍ଟର ହେଡର୍ ମାଧ୍ୟମରେ ଗୋଲ୍ କରିଥିଲେ ହେଁ ତାହାକୁ ଅଫ୍‌ସାଇଡ୍ କାରଣରୁ ଖାରଜ କରାଯାଇଥିଲା । ପରେ ଓଏଫସି କୌଣସି ଗୋଲ୍ କରି ନ ପାରିବାରୁ ହାଇଦ୍ରାବାଦ ପ୍ରଥମ ଥର ପାଇଁ ଆଇଏସ୍‌ଏଲରେ କୌଣସି ଗୋଲ୍ ବରଣ କରି ନ ଥିଲା ।

ଭିତରେ ହାଇଦ୍ରାବାଦ ୪ଟି କର୍ଣ୍ଣର୍ ପାଇଥିଲେ ହେଁ ସେଥିରୁ ଫାଇଦା ନେଇପାରି ନ ଥିଲା । ୩୩ତମ ମିନିଟ୍‌ରେ ଟେଲର୍ ହ୍ୟାଣ୍ଡବଲ୍ କରିବାରୁ ହାଇଦ୍ରାବାଦକୁ ପେନାଲ୍‌ଟି କିକ୍ ମିଳିବା ସହ ତାଙ୍କୁ ରେଫରୀ ହଳଦିଆ କାର୍ଡ ଦେଖାଇଥିଲେ । ୪୧ତମ ମିନିଟ୍‌ରେ ଓଏଫ୍‌ସି ଖେଳାଳି ମାନୁଏଲ୍ ଓନୁଙ୍କ ଶଟ୍‌କୁ ହାଇଦ୍ରାବାଦ ଗୋଲ୍‌କିପର୍ ସୁବ୍ରତ ପାଲ୍ ରୋକିଦେଇଥିଲେ । ପ୍ରଥମାର୍ଦ୍ଧରେ ହାଇଦ୍ରାବାଦ ୧୯୯ଟି ପାସ୍ ଦେଇଥିବା ବେଳେ ଓଏଫ୍‌ସି ୧୬୫ଟି ପାସ୍ ଦେଇଥିଲା । ସ୍ଥିତି ବରାବର କରିବାକୁ ଆତୁର ଥିବା ଓଏଫ୍‌ସି ପାଇଁ ୪୭ତମ ମିନିଟ୍‌ରେ ନନ୍ଦକୁମାର ସେକର୍ ଏକ ସୁଯୋଗ ହାତଛଡ଼ା କରିଥିଲେ । ୬୨ତମମିନିଟ୍‌ରେ ହାଇଦ୍ରାବାଦ ପକ୍ଷରୁ ଜାଓଆ ଭିକ୍ଟର ହେଡର୍ ମାଧ୍ୟମରେ ଗୋଲ୍ କରିଥିଲେ ହେଁ ତାହାକୁ ଅଫ୍‌ସାଇଡ୍ କାରଣରୁ ଖାରଜ କରାଯାଇଥିଲା । ପରେ ଓଏଫସି କୌଣସି ଗୋଲ୍ କରି ନ ପାରିବାରୁ ହାଇଦ୍ରାବାଦ ପ୍ରଥମ ଥର ପାଇଁ ଆଇଏସ୍‌ଏଲରେ କୌଣସି ଗୋଲ୍ ବରଣ କରି ନ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking