30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଇସଲାମାବାଦ ହାଇକୋର୍ଟଙ୍କ ରାୟ: ଆତଙ୍କବାଦ ଅଭିଯୋଗରୁ ଇମ୍ରାନ ମୁକ୍ତ

ଇସଲାମାବାଦ ହାଇକୋର୍ଟଙ୍କ ରାୟ: ଆତଙ୍କବାଦ ଅଭିଯୋଗରୁ ଇମ୍ରାନ ମୁକ୍ତ

ଇସଲାମାବାଦ: ଇସଲାମାବାଦ ହାଇକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଆଗତ ଆତଙ୍କବାଦ ଅଭିଯୋଗକୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିଛି ମାସ ପୂର୍ବେ ଜଣେ ମହିଳା ଜଜ୍‌ଙ୍କୁ ଧମକ ଦେଇଥିବା ଅଭିଯୋଗରେ ଇମ୍ରାନ୍‌ଙ୍କ ବିରୋଧରେ ଆତଙ୍କବାଦ ନିରୋଧ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା ।

ତେବେ ହାଇକୋର୍ଟ କହିଛନ୍ତି ଯେ ଇମ୍ରାନଙ୍କ ବୟାନକୁ ଆତଙ୍କବାଦ ସହ ଯୋଡିବା ପ୍ରସଙ୍ଗିକ ନୁହେଁ । ଚଳିତବର୍ଷ ଏପ୍ରିଲରେ କ୍ଷମତାରୁ ଯିବାପରେ ଇମ୍ରାନ୍ ସରକାର ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଥିଲେ । ବିଭିନ୍ନ ସଭାସମିତିରେ ଭାଷଣ ଦେବା ସମୟରେ ଇମ୍ରାନ୍ ରାଜନେତାଙ୍କଠାରୁ ଆରମ୍ଭ କରି ପୁଲିସ, ପ୍ରଶାସନ ଓ ବିଚାରପତିଙ୍କୁ ଧମକ ଦେବାରେ କୁଣ୍ଠାବୋଧ କରୁନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking