27.1 C
Bhubaneswar
Tuesday, March 19, 2024
Homeଖେଳଆଇଏସ୍‌ଏଲ : ଓଡ଼ିଶା ଏଫ୍‌ସି-ହାଇଦରାବାଦ ମ୍ୟାଚ୍‌ ଆଜି

ଆଇଏସ୍‌ଏଲ : ଓଡ଼ିଶା ଏଫ୍‌ସି-ହାଇଦରାବାଦ ମ୍ୟାଚ୍‌ ଆଜି

ଗୋଆ : ଆଇଏସ୍‌ଏଲ ୭ମ ସଂସ୍କରଣ ଅଭିଯାନ ଆରମ୍ଭ କରିବ ଓଡ଼ିଶା ଭିତ୍ତିକ ଦଳ ଓଡ଼ିଶା ଏଫ୍‌ସି। ଆଜି ଗୋଆର ଜିଏମ୍‌ସି ଆଥ୍‌ଲେଟିକ୍‌ ଷ୍ଟାଡ଼ିୟମରେ ଓଡ଼ିଶା ଏଫ୍‌ସି ସିଜିନର ପ୍ରଥମ ମ୍ୟାଚ ହାଇଦରାବାଦ୍‌ ଏଫ୍‌ସି ସହିତ ଖେଳିବ। ନୂତମ ପ୍ରଶିକ୍ଷକ ଓ ଅଧିନାୟକଙ୍କ ନେତୃତ୍ବରେ ଓଡ଼ିଶା ଏଫ୍‌ସି ନୂଆ ସିଜିନ୍‌ରେ ଭଲ ଆରମ୍ଭ କରିବାର ଲକ୍ଷ୍ୟ ରଖିଛି। ୨୦୧୯-୨୦ ପଦାର୍ପଣ ସିଜିନ୍‌ରେ ଓଡ଼ିଶା ଏଫ୍‌ସି ୧୮ଟି ମ୍ୟାଚ ଖେଳି ୭ଟି ବିଜୟ, ୪ଟି ଡ୍ର ଓ ୭ଟି ପରାଜୟ ସହ ୨୫ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଥିଲା। ଚଳିତ ସିଜିନ୍‌ରେ ଦଳ ନୂତନ ଭାବେ ୬ ବିଦେଶୀ ଓ ୧୧ ଜଣ ଭାରତୀୟ ଖେଳାଳିଙ୍କୁ ସାମିଲ କରିଛି। ଏହାଛଡ଼ା ଜୋଶେଫ ଗାମ୍ବାଉଙ୍କ ସ୍ଥାନରେ ନୂତନ ପ୍ରଶିକ୍ଷକ ଷ୍ଟିୱାଟ୍‌ ବାକ୍ସଟର ଓ ଅଧିନାୟକ ଷ୍ଟିଭେନ୍‌ ଟେଲରଙ୍କ ନେତୃତ୍ବରେ ଦଳ ଖେଳିବ। ଗତବର୍ଷ ଋଣରେ ଆସିଥିବା ମାନୁଏଲ ଓନୁଙ୍କ ସମେତ ବ୍ରାଜିଲର ଡିଏଗୋ ମୋରିସିଓ, ମାର୍ସେଲିନୋ, ଅଷ୍ଟ୍ରେଲିଆର ଜ୍ୟାକବ୍‌ ଟ୍ରାକ୍‌, ଦକ୍ଷିଣ ଆଫ୍ରିକାର କୋଲ ଆଲେକ୍‌ଜାଣ୍ଡର ଓ ଇଂଲଣ୍ଡର ଷ୍ଟିଭେନ୍‌ ଟେଲର ପ୍ରମୁଖ ସାମିଲ ହୋଇଛନ୍ତି। ଭାରତୀୟ ଖେଳାଳି ଭାବେ ଡାନିଏଲ ଲାହିମପୁଇଆ, ତୋଇବା ସିଂହ, ଓଡ଼ିଆ ଖେଳାଳି ଶୁଭମ ଷଡଙ୍ଗୀ ପ୍ରମୁଖ ରହିଛନ୍ତି। ଗୋଲକିପର ବିଭାଗରେ ଅଙ୍କିତ ଭୂୟାଁ, ଅର୍ଶଦୀପ୍‌ ସିଂହ, ସହ ପ୍ରଶିକ୍ଷକ ଭାବେ ଗ୍ୟାରୀ ପେଟ୍ରନ, ଷ୍ଟିଭେନ୍ ଡାଏସ୍‌ ଓ ଗୋଲକିପର କୋଚ ଭାବେ ରୋଜାରିଓ ରୋମାଶ ପ୍ରମୁଖ ରହିଛନ୍ତି। ଅନ୍ୟପକ୍ଷରେ ହାଇଦରାବାଦ୍‌ ଏଫ୍‌ସି ମଧ୍ୟ କୌଣସି ଗୁଣରେ କମ୍‌ ନୁହେଁ। ସୁବ୍ରତ ପଲ, ଆଦିଲ ଖାଁ, ସୌଭିକ୍‌ ଚକ୍ରବର୍ତ୍ତୀ ଭଳି ଭାରତୀୟ ଖେଳାଳି ରହିଛନ୍ତି। ଗତ ସିଜିନରେ ଉଭୟ ଦଳ ଦୁଇଥର ମୁହାଁମୁହିଁ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking