23.1 C
Bhubaneswar
Tuesday, March 19, 2024
Homeଖେଳଆଡାମ୍‌ଙ୍କ ଡବଲ୍ ଗୋଲ୍ : ମୁମ୍ବାଇର କ୍ରମାଗତ ବିଜୟ

ଆଡାମ୍‌ଙ୍କ ଡବଲ୍ ଗୋଲ୍ : ମୁମ୍ବାଇର କ୍ରମାଗତ ବିଜୟ

ଗୋଆ : ଚଳିତ ଆଇଏସ୍‌ଏଲର ସପ୍ତମ ସଂସ୍କରଣରେ ମଙ୍ଗଳବାର ତ୍ରୟୋଦଶ ମ୍ୟାଚ୍ ଖେଳାଯାଇଛି । ଏଥିରେ ମୁମ୍ବାଇ ସିଟି ଏଫ୍‌ସି ୩-୦ ଗୋଲ୍‌ରେ ଏସ୍‌ସି ଇଷ୍ଟ୍ ବେଙ୍ଗଲକୁ ପରାସ୍ତ କରିଛି । ହ୍ୟୁଗୋ ବୋମୋସ୍ ଏହି ମ୍ୟାଚ୍‌ରେ ହୋଇଥିବା ତିନିଟିଯାକ ଗୋଲ୍‌ରେ ସହଯୋଗ କରିଥିବା ବେଳେ ଆଡାମ୍ ଲେ ଫୋଣ୍ଡ୍ରୋ ଦୁଇଟି ଗୋଲ୍ ଦେଇଥିଲେ । ସେ ମ୍ୟାଚ୍‌ର ବିଂଶତମ ଓ ୪୮ତମ ମିନିଟ୍‌ରେ ଏହି ଗୋଲ୍ ସ୍କୋର୍ କରିଥିବା ବେଳେ ଅନ୍ୟତମ ଗୋଲ୍‌ଟି ୫୮ତମ ମିନିଟ୍‌ରେ ହର୍ଣ୍ଣାନ୍ ସାଣ୍ଟାନା ସ୍କୋର୍ କରିଛନ୍ତି । ଏଥିସହ ମୁମ୍ବାଇ କ୍ରମାଗତ ଦ୍ୱିତୀୟ ବିଜୟ ସହ ସର୍ବମୋଟ ୬ ପଏଣ୍ଟ୍ ପାଇ ପଏଣ୍ଟ୍ ଟେବଲ୍‌ର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି ।

ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ଆଇଏସ୍‌ଏଲ୍‌ରେ ଖେଳୁଥିବା ଇଷ୍ଟ୍ ବେଙ୍ଗଲ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିବା ସହ ଏବେ ବି ପଏଣ୍ଟ୍ ଖାତା ଖୋଲିନପାରି ଏକାଦଶ ସ୍ଥାନରେ ରହିଛି । ପୂର୍ବ ମ୍ୟାଚ୍ ତୁଳନାରେ ମଙ୍ଗଳବାର ମୁମ୍ବାଇ ୪ ଜଣ ଖେଳାଳିଙ୍କୁ ବଦଳାଇଥିଲା । ଏଥିସହ ଅହମ୍ମଦ ଜାହୋ ଚୂଡ଼ାନ୍ତ ଏକାଦଶକୁ ଫେରିଥିଲେ । ଅନ୍ୟପକ୍ଷରେ ଇଷ୍ଟ୍ ବେଙ୍ଗଲ ଏଟିକେ ମୋହନ ବାଗାନ୍ ବିପକ୍ଷ ମ୍ୟାଚ୍ ତୁଳନାରେ ଦୁଇଟି ପରିବର୍ତ୍ତନ କରିଥିଲା । ୨୦ତମ ମିନିଟ୍‌ରେ ମୁମ୍ବାଇ ପକ୍ଷରୁ ଫ୍ରେଞ୍ଚ୍ ଖେଳାଳି ହ୍ୟୁଗୋ ଏକ ପେନାଲ୍‌ଟି କିକ୍ ଅର୍ଜନ କରିବା ପରେ ଏହାକୁ ଗୋଲ୍‌ରେ ପରିଣତ କରିଥିଲେ ଆଡାମ୍ । ଏଥିସହ ସେ ମୁମ୍ବାଇକୁ ୧-୦ରେ ଆଗୁଆ କରାଇଥିଲେ । ତୀୟାର୍ଦ୍ଧରେ ୪୮ତମ ମିନିଟ୍‌ରେ ମଧ୍ୟ ଉପରୋକ୍ତ ଦୁଇ ଖେଳାଳିଙ୍କ ଉଦ୍ୟମ ବଳରେ ମୁମ୍ବାଇ ୨-୦ରେ ଆଗୁଆ ରହିଥିଲା । ସେହିପରି ୫୮ତମ ମିନିଟ୍‌ରେ ସ୍ପେନୀୟ ଖେଳାଳି ସାଣ୍ଟାନା ଚଳିତ ସଂସ୍କରଣରେ ତାଙ୍କର ପ୍ରଥମ ଗୋଲ୍ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking