31.1 C
Bhubaneswar
Friday, March 29, 2024
Homeଖେଳଆଇଏସ୍‌ଏଲ୍‌-୭ : ଏଫ୍‌ସି ଗୋଆ ୨-୧ରେ ବିଜୟୀ

ଆଇଏସ୍‌ଏଲ୍‌-୭ : ଏଫ୍‌ସି ଗୋଆ ୨-୧ରେ ବିଜୟୀ

ଗୋଆ : ଚଳିତ ଆଇଏସ୍‌ଏଲ-୭ରେ ବୁଧବାର ସ୍ଥାନୀୟ ତିଲକ ମୈଦାନଠାରେ ଖେଳାଯାଇଥିବା ମୁକାବିଲାରେ ଏଫ୍‌ସି ଗୋଆ ୨-୧ରେ ବିଜୟୀ ହୋଇଛି । ଏହି ମ୍ୟାଚ୍‌ରେ ବିଜୟୀ ଦଳ ପକ୍ଷରୁ ଇଗୋର୍ ଆଙ୍ଗୁଲୋ ଦୁଇଟିଯାକ ଗୋଲ୍ ଦେଇଥିବା ବେଳେ ଜାମସେଦପୁର ଏଫ୍‌ସି ପକ୍ଷରୁ ଷ୍ଟିଫେନ୍ ଇଜ୍ ୩୩ତମ ମିନିଟ୍‌ରେ ଏକମାତ୍ର ଗୋଲ୍‌ଟି ସ୍କୋର୍ କରିଥିଲେ । ୬୩ତମ ମିନିଟ୍‌ରେ ଆଙ୍ଗୁଲୋ ପେନାଲ୍‌ଟି କିକ୍‌ରୁ ପ୍ରଥମ ଓ ମ୍ୟାଚ୍‌ର ଅନ୍ତିମ ମିନିଟ୍‌ରେ ଅର୍ଥାତ୍ ୯୦+୫ ମିନିଟ୍‌ରେ ଦ୍ୱିତୀୟ ଗୋଲ୍‌ଟି ସ୍କୋର୍ କରି ଦଳକୁ ତୃତୀୟ ବିଜୟ ପ୍ରଦାନ କରିଛନ୍ତି । ଦଳ ସମୁଦାୟ ୧୧ ପଏଣ୍ଟ୍ ସହ ଟେବଲର ପଞ୍ଚମ ସ୍ଥାନରେ ଓ ଜାମସେଦପୁର ଦ୍ୱିତୀୟ ପରାଜୟ ସହ ୧୦ ପଏଣ୍ଟ୍ ପାଇ ଟେବଲ୍‌ର ଷଷ୍ଠ ସ୍ଥାନରେ ରହିଛି । କ୍ର୍ରିସ୍‌ମାସ୍ ପାଇଁ ଗୁରୁବାର ଓ ଶୁକ୍ରବାର ମ୍ୟାଚ୍ ବନ୍ଦ ରହିବ ଏବଂ ୨୬ ତାରିଖରେ ପରବର୍ତ୍ତୀ ମ୍ୟାଚ୍ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking