43.9 C
Bhubaneswar
Friday, April 19, 2024
Homeଖେଳଆଇଏସ୍‌ଏଲ୍‌-୭ : କୋଲେଙ୍କ ଗୋଲ୍‌ରେ ଓଏଫସିର ଦ୍ୱିତୀୟ ଡ୍ର

ଆଇଏସ୍‌ଏଲ୍‌-୭ : କୋଲେଙ୍କ ଗୋଲ୍‌ରେ ଓଏଫସିର ଦ୍ୱିତୀୟ ଡ୍ର

ଗୋଆ :  ଚଳିତ ଆଇଏସ୍‌ଏଲ୍‌ର ସପ୍ତମ ସଂସ୍କରଣରେ ମଙ୍ଗଳବାର ସ୍ଥାନୀୟ ଜିଏମଓି ଷ୍ଟାଡିୟମ୍ ବାମ୍ବୋଲିମ୍‌ଠାରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ଓ ନର୍ଥ ଇଷ୍ଟ୍ ୟୁନାଇଟେଡ୍ ଏଫ୍‌ସି ମଧ୍ୟରେ ୩୭ତମ ମ୍ୟାଚ୍ ଖେଳାଯାଇଛି । ଓଏଫ୍‌ସି ତା’ର ଏହି ସପ୍ତମ ମ୍ୟାଚ୍ ପରେ ବି ବିଜୟଶୂନ୍ୟ ରହିଥିବା ବେଳେ ଗୋଟିଏ ପଏଣ୍ଟ୍ ପାଇ ସମୁଦାୟ ୨ ପଏଣ୍ଟ୍ ସହ ଟେବଲ୍‌ରେ ଦଶମ ସ୍ଥାନକୁ ଉନ୍ନୀତ ହୋଇଛି । ଅନ୍ୟପକ୍ଷରେ ଅଷ୍ଟମ ମ୍ୟାଚ୍ ଖେଳିଥିବା ନର୍ଥଇଷ୍ଟ୍ ପଞ୍ଚମ ଡ୍ର’ ସହ ୧୧ ପଏଣ୍ଟ୍ ପାଇ ଟେବଲ୍‌ରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଏହି ମ୍ୟାଚ୍‌ଟି ୨-୨ରେ ଡ୍ର’ ରହିଥିବା ବେଳେ କୋଲେ ଆଲେକଜାଣ୍ଡର୍ ଦ୍ୱିତୀୟ ଗୋଲ୍‌ଟି ଦେଇ ଓଏଫ୍‌ସିକୁ ତା’ର ଷଷ୍ଠ ପରାଜୟରୁ ରକ୍ଷା କରିଥିଲେ । ଓଏଫ୍‌ସି ପକ୍ଷରୁ ପ୍ରଥମ ଗୋଲ୍‌ଟି ୨୨ତମ ମିନିଟ୍‌ରେ ଡିଏଗୋ ମୋରିସିଓ ସ୍କୋର୍ କରିଥିଲେ । ସେହିପରି ପ୍ରଥମାର୍ଦ୍ଧ ଖେଳ ପରେ ଅତିରିକ୍ତ ସମୟରେ ଅର୍ଥାତ୍ ୪୫+୨ ମିନିଟ୍‌ରେ ବେଞ୍ଜାମିନ୍ ଲାମ୍ବୋଟ୍ ଓ ୬୫ତମ ମିନିଟ୍‌ରେ ପେନାଲ୍‌ଟି କିକ୍‌କୁ ଗୋଲ୍‌ରେ ପରିଣତ କରିଥିଲେ କ୍ୱେସି ଆପିଆ । ପ୍ରଥମାର୍ଦ୍ଧ ଖେଳରେ ଉଭୟ ଦଳ ଏକାଧିକ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲେ । ଶେଷ ମିନିଟ୍‌ରେ ନର୍ଥଇଷ୍ଟ୍ ବିଜୟୀ ହେବାର ସୁଯୋଗ ହାତଛଡ଼ା କରିବାରୁ ଷ୍ଟୁଆର୍ଟ ବ୍ୟାକ୍ସଟର୍‌ଙ୍କ ଓଏଫ୍‌ସି ଷଷ୍ଠ ପରାଜୟରୁ ବର୍ତ୍ତିଯାଇଥିଲା । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking