37.2 C
Bhubaneswar
Friday, April 19, 2024
Homeଖେଳସାନ୍ତାନାଙ୍କ ୨ଟି ଗୋଲ୍,‌ ହାଇଦ୍ରାବାଦର ଦ୍ୱିତୀୟ ବିଜୟ

ସାନ୍ତାନାଙ୍କ ୨ଟି ଗୋଲ୍,‌ ହାଇଦ୍ରାବାଦର ଦ୍ୱିତୀୟ ବିଜୟ

ଗୋଆ : ସ୍ଥାନୀୟ ତିଲକ ମୈଦାନରେ ମଙ୍ଗଳବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଏସ୍‌ସି ଇଷ୍ଟବେଙ୍ଗଲକୁ ୩-୨ ଗୋଲ୍‌ରେ ହରାଇ ହାଇଦ୍ରାବାଦ ଏଫ୍‌ସି ଚଳିତ ଆଇଏସ୍‌ଏଲ୍‌ରେ ଦ୍ୱିତୀୟ ବିଜୟ ହାସଲ କରିଛି । ମ୍ୟାଚ୍‌ର ୨୬ତମ ମିନିଟ୍‌ରେ ଜାକ୍ୟୁସ୍ ମାଙ୍ଗୋମା ଗୋଲ୍‌ରେ ଇଷ୍ଟବେଙ୍ଗଲ ପ୍ରଥମାର୍ଦ୍ଧରେ ଅଗ୍ରଣୀ ଲାଭ କରିଥିଲା । ତେବେ ମ୍ୟାଚ୍‌ର ୫୬ତମ ମିନିଟ୍‌ରେ ଆଦ୍ରିଆନେ ସାନ୍ତାନା ୩୯ ସେକେଣ୍ଡ୍ ମଧ୍ୟରେ ଦୁଇଟି ଗୋଲ୍ କରି ହାଇଦ୍ରାବାଦକୁ ୨-୧ରେ ଅଗ୍ରଣୀ କରାଇଥିଲେ । ଏହାପରେ ୬୮ତମ ମିନିଟ୍‌ରେ ହରିଚରଣ ନାର୍‌ଜାରି ଅନ୍ୟ ଏକ ଗୋଲ୍ କରି ସ୍ଥିତି ୩-୧ କରିଥିଲେ । ତେବେ ୮୧ତମ ମିନିଟ୍‌ରେ ଜାକ୍ୟୁସ୍ ପୁଣି ଏକ ଫି-କିକ୍‌ରୁ ଗୋଲ୍ କରି ସ୍ଥିତି ୩-୨କୁ ଖସାଇ ଆଣିଥିଲେ । ତେବେ ଇଷ୍ଟବେଙ୍ଗଲ ଦଳ ଆଉ କୌଣସି ଗୋଲ୍ କରିନପାରିବାରୁ ହାଇଦ୍ରାବାଦ ୩-୨ରେ ମ୍ୟାଚ୍‌କୁ ଜିତି ନେଇଥିଲା । ଏହି ବିଜୟ ଫଳରେ ହାଇଦ୍ରାବାଦ ୯ ପଏଣ୍ଟ ସହ ଆୟୋଜକ ଗୋଆକୁ ପଛରେ ପକାଇ ପଏଣ୍ଟ ଟେବୁଲର ୫ମ ସ୍ଥାନକୁ ଉଠିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking