36.7 C
Bhubaneswar
Tuesday, April 16, 2024
Homeଦେଶ ବିଦେଶକାବୁଲ ପରେ ଇରାକରେ ଆଇଏସଆଇଏସର ବର୍ବର କାଣ୍ଡ, ୧୩ ଜଣ ପୁଲିସକର୍ମୀ ସହିଦ

କାବୁଲ ପରେ ଇରାକରେ ଆଇଏସଆଇଏସର ବର୍ବର କାଣ୍ଡ, ୧୩ ଜଣ ପୁଲିସକର୍ମୀ ସହିଦ

ନୂଆଦିଲ୍ଲୀ : ଆଫଗାନିସ୍ତାନ ପରେ ଏବେ ଇରାକରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ଆଇଏସଆଇଏସ ଆତଙ୍କବାଦୀଙ୍କ ଗୁଳିରେ ୧୩ ଜଣ ପୁଲିସକର୍ମୀ ସହିଦ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ହୋଇଥିବା କୁହାଯାଇଛି । ଆଇଏସଆଇଏସ ଆତଙ୍କବାଦୀମାନେ ଉତ୍ତର ଇରାକର କିରଫୁକ ସହରରେ ଏଭଳି ବର୍ବର କାଣ୍ଡ ଘଟାଇଛନ୍ତି । ସେଠାରେ ଥିବା ଏକ ଚେକ୍ ପଏଣ୍ଟ ନିକଟରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିଚାଳନା କରିବା ପରେ ଚେକ୍ ପଏଣ୍ଟରେ ଥିବା ପୁଲିସକର୍ମୀମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ସାଧାରଣ ଲୋକ ଓ ପୁଲିସକର୍ମୀ ଗୁରୁତର ହୋଇଛନ୍ତି । ଇରାକ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଏଭଳି ଘଟଣା ଶନିବାର ବିଳମ୍ବିତ ରାତିରେ ଘଟିଛି । ଆଇଏସଆଇଏସ ଆତଙ୍କବାଦୀମାନେ କିଛିଦିନ ହେବ ଇରାକ ସେନା ଓ ପୁଲିସକର୍ମୀମାନଙ୍କୁ ଟାର୍ଗେଟ୍ କରୁଛନ୍ତି । ଏହା ଚଳିତ ବର୍ଷ ଆତଙ୍କବାଦୀ ସଂଗଠନର ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ, ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ କାବୁଲ ବିମାନବନ୍ଦର ବାହାରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ହାତ ଥିବା ନିଜେ ସଂଗଠନ ଦାବି କରିଥିଲା । ଏହି ବିସ୍ଫୋରଣରେ ୧୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking