37.2 C
Bhubaneswar
Friday, April 19, 2024
Homeଦେଶ ବିଦେଶବିବାହକୁ ନେଇ ଆପଣଙ୍କ ବୟଫ୍ରେଣ୍ଡ ଏଭଳି ଜବାବ ଦେଉଛନ୍ତି କି ? ହୋଇଯାଆନ୍ତୁ ସତର୍କ

ବିବାହକୁ ନେଇ ଆପଣଙ୍କ ବୟଫ୍ରେଣ୍ଡ ଏଭଳି ଜବାବ ଦେଉଛନ୍ତି କି ? ହୋଇଯାଆନ୍ତୁ ସତର୍କ

ନୂଆଦିଲ୍ଲୀ: ବିବାହ କରିବା ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଆପଣ ପସନ୍ଦ କରୁଥିବା ମଣିଷ ଟା ଆପଣଙ୍କୁ ମିଳିଗଲେ ବୈବାହିକ ଜୀବନକୁ ଆହୁରି ସୁନ୍ଦର କରିଦିଏ। ହେଲେ ଯେତେବେଳେ ଆପଣ ଜଣଙ୍କୁ ପସନ୍ଦ କରୁଛନ୍ତି ଆପଣଙ୍କ ପାଇଁ ବିବାହର ନିଷ୍ପତ୍ତି ନେବାରେ ସହଜ ହୋଇଥାଏ। ହେଲେ ବୟଫ୍ରେଣ୍ଡଙ୍କ ସହ ରିଲେସନଶିପ୍ରେ ରହୁଥିଲେ ବିବାହକୁ ନେଇ ସମସ୍ୟା ଆସିଥାଏ। ଯଦି ଆପଣ ପାର୍ଟନର ପାଇଁ ସିରିୟସ ରହୁଛନ୍ତି ତେବେ ଆପଣଙ୍କୁ ସାହସର ସହ କହିବାକୁ ପଡ଼ିବ। ଏହାଦ୍ୱାରା ଆପଣ ସ୍ପଷ୍ଟ ହୋଇପାରିବେ ଯେ ଆପଣଙ୍କ ବୟଫ୍ରେଣ୍ଡ ବିବାହ କରିବାକୁ ଚାହୁଁଛନ୍ତି କି ନାହିଁ।
ବିବାହ ଉପରେ ଯଦି ଆପଣଙ୍କ ବୟଫ୍ରେଣ୍ଡ ଏଭଳି ଯବାବ ଦେଉଛନ୍ତି
ଯଦି ସାହସର ସହ ଆପଣଙ୍କ ବୟଫ୍ରେଣ୍ଡଙ୍କୁ ବିବାହକୁ ନେଇ କହିଛନ୍ତି ଏବଂ ଏହାର ଜବାବରେ ସେ ସିରିୟସ ହେଉଥିବା ଦେଖାଯାଉ ନାହିଁ। ତେବେ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ। ଆପଣଙ୍କ ପାର୍ଟନରଙ୍କୁ କହିବା ଆବଶ୍ୟକ ଯେ ଆପଣ ରିଲେସନଶିପକୁ ନେଇ ସିରିୟସ ହୁଅନ୍ତୁ ଏବଂ କୌଣସି ପ୍ରକାର ଟାଇମ ପାସ କରନ୍ତୁ ନାହିଁ। ଏହାଦ୍ୱାରା ଆପଣ ନିଜ ବିଷୟରେ ଭାବିପାରିବେ।
ଯଦି ବିବାହକୁ ନେଇ ପାର୍ଟନର ସମୟ ମାଗନ୍ତି…
ଯଦି ବିବାହକୁ ନେଇ ଆପଣଙ୍କ ବୟଫ୍ରେଣ୍ଡ ଆପଣଙ୍କୁ ସମୟ ମାଗୁଛନ୍ତି ତେବେ ଆପଣ ତାଙ୍କୁ ସମୟ ଦିଅନ୍ତୁ। ହେଲେ ତାଙ୍କୁ ପଚାରନ୍ତୁ କେତେ ସମୟ ଦରକାର। କାରଣ ଅଧିକ ସମୟ ନେବା ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ। ସେତେବେଳେ ଆପଣ ଏହି ସମ୍ପର୍କରୁ ବାହାର ହୋଇ ପାରୁନଥିବା ବେଳେ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ବଢ଼ିବାର ଆଶଙ୍କା ରହିଛି। ତେଣୁ ଆପଣଙ୍କ ପାର୍ଟନରଙ୍କ ସହ ଶାନ୍ତିରେ କଥା ହେବା ସହ ଭଲ ଭାବେ କୁହନ୍ତୁ ରିଲେସନଶିପକୁ ନେଇ ସିରିୟସ ହୁଅ ଏବଂ କମ୍ ସମୟ ଭିତରେ ନିଷ୍ପତ୍ତି ନିଅ। ଏହାପରେ ଅଧିକ ସମୟ ନନେଇ ଖୁବ୍ କମ୍ ଦିନ ଭିତରେ ବିବାହ କରନ୍ତୁ ଏବଂ ଭବିଷ୍ୱତ ପାଇଁ ପ୍ଲାନିଂ କରନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking