26.1 C
Bhubaneswar
Friday, March 29, 2024
Homeଏକ୍ସକ୍ଲୁସିଭ୍ଚାଉଳ ଵଣ୍ଟନ ରେ ଅନିୟମିତତା

ଚାଉଳ ଵଣ୍ଟନ ରେ ଅନିୟମିତତା

କପ୍ତିପଦା(ସନ୍ତୋଷ ଶତପଥୀ) : ବ୍ଲକର ଵଡ ଖଲାଡି ଗ୍ରାମ ପଞ୍ଚାୟତ ରେ ରାସନ ଦେବାରେ ଅନିୟମିତତା ହେଉଥିବା ଅଭିଯୋଗ ରେ ଆଜି ପଞ୍ଚାୟତ ର ଦୁଇଗୋଟି ରାଜସ୍ବ ଗ୍ରାମର ହିତାଧିକାରୀ ମାନେ ଵିଡିଓ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । କରୋନା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି କି ହିତାଧିକାରୀ ମାନେ ପଞ୍ଚାୟତ ଅଫିସ ନ ଆସି ନିଜ ନିଜର ଘରେ ରହନ୍ତୁ ,ସମସ୍ତ ହିତାଧିକାରୀ ଙ୍କୁ ସରକାରୀ ସହାୟତା ରେ ଘରପାଖରେ ରାସନ ଯୋଗାଇ ଦିଆଜିଵ ମାତ୍ର ଵଡଖଲାଡି ପଞ୍ଚାୟତ ରେ ଏହାର ଵ୍ଯତିକ୍ରମ ମ ଦେଖିବାକୁ ମିଳିଛି ,ସରପଞ୍ଚ ଙ୍କ ପ୍ରରୋଚନାରେ ପଡି ପଞ୍ଚାୟତ ଅଧିକାରୀ ନିଜ ମନ ଇଚ୍ଛା ରେ ରାସନ ଯୋଗାଉ ଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ରେ ମୋଟ ୧୧ଟି ସେଣ୍ଟର ହୋଇଥିଲା ଵେଳେ ମାତ୍ର ୫ ଟି ସେଣ୍ଟର ରେ ରାସନ ବଣ୍ଟନ କରାଯାଇଛି । ଅନ୍ଯ ସେଣ୍ଟର ଗୁଡିକ ରେ ଥିବା ହିତାଧିକାରୀ ରାସନ ପାଇ ନଥିଵା ଵେଳେ ସରପଞ୍ଚ ଙ୍କ ସ୍ଵାମି ଫୋନଯୋଗେ ଧମକ ଦେଇ ତୁରନ୍ତ ପଞ୍ଚାୟତ ଅଫିସ ରୁ ରାସନ ନ ନେଲେ ରାସନ କାର୍ଡ ଵାଯ୍ୟାପ୍ତି କରାଜିଵାକୁ ବାରମ୍ବାର ତାଗିଦ କରୁଥିବା ହିତାଧିକାରୀ ମାନେ ଵିଡିଓ ଙ୍କ ନିକଟରେ ଅଭିଯୋଗ କରିଛନ୍ତି ତେଵେ ଏ ନେଇ ଵିଡିଓ କହିଛନ୍ତି ଯେ ପଞ୍ଚାୟତ ଅଫିସ ରେ ଆଉ ଅଳ୍ପ ହିତାଧିକାରୀ ଅଛନ୍ତି, ସେମାନଙ୍କୁ ଦିଆ ସରିଵାପରେ ଅନ୍ୟ ସେଣ୍ଟର ଗୁଡିକ ରେ ଦିଆଯିବ । ସରକାର ଙ୍କ ଘୋଷଣା ୨୦ତାରିଖ ସୁଦ୍ଧା ରାସନ ସାମଗ୍ରୀ ଵଣ୍ଟନ ସରିଵାକୁ ଥିବା ଵେଳେ କୈଣସି ଲିଖିତ ନିର୍ଦ୍ଦେଶ ସରକାର ଦେଇନଥିବା ଵିଡିଓ ପ୍ରକାଶ କରିଛନ୍ତି । ଉପ ଜିଲ୍ଲା ପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେ କୈଣସି ପ୍ରତିକ୍ରିୟା ଦେଇ ନଥିଲେ ବି ଆସନ୍ତା କାଲି ସେହି ସେଣ୍ଟର ଗୁଡିକ ରେ ରାସନ ଯୋଗାଇ ଦେବାକୁ ଉପଖଣ୍ଡ ଯୋଗାଣ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଵୋଲି ପ୍ରକାଶ କରିଛନ୍ତି ।ସାଧାରଣ ରେ ପ୍ରଶ୍ନ ଉଠେ କି ସରକାରଙ୍କ ଯୋଜନା କୁ ମନ ଇଚ୍ଛା ପରିଚାଳନା କରି ସାଧାରଣ ଲୋକ ମାନଙ୍କ ହକ୍ କୁ ଵାଧା ଦେଉଥିଵା ଏହି ଅସାଧୁ କର୍ମଚାରୀ ମାନଙ୍କ ପାଇଁ ଵରିଷ୍ଠ ଅଧିକାରୀ ମାନେ କି ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking