ରାଜଧାନୀର ପେଟ୍ରୋଲ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ; ୨ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପେଟ୍ରୋଲ ପମ୍ପରେ ଲାଗିଲା ଭୟଙ୍କର ଅଗ୍ନିକାଣ୍ଡ । ଗଭର୍ଣ୍ଣର ହାଉସ ପାଖ ପେଟ୍ରୋଲ ପମ୍ପରେ ଲାଗିଛି ଏହି ନିଆଁ । ଭୀଷଣ ଭାବେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଉଠିଛି ପେଟ୍ରୋଲ ପମ୍ପ । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ୟମ ଜାରି ରଖିଛି । ତେବେ ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ତେବେ ଏକ ଗ୍ୟାସ ଟାଙ୍କି ଫାଟି ଏପରି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ହେଲେ ଏହାଦ୍ୱାରା କ’ଣ କ୍ଷୟକ୍ଷତି ଘଟିଛି ତାହା ଜଣାପଡ଼ିନି। ଅଗ୍ନିକାଣ୍ଡ ନେଇ ଡିସିପି ଉମାଶଙ୍କର ଦାସ ସୂଚନା ପ୍ରଦାନ କରିଛନ୍ତି । ନିଆଁ ଲିଭା କାର୍ଯ୍ୟ ଚାଲୁ ରହିଛି, ସ୍ଥିତି ନିୟନ୍ତ୍ରଣରେ ରହିଛି । ୨ ଜଣ ଆହତ ହୋଇଛନ୍ତି, ସେମାନଙ୍କୁ ହସ୍ପିଟାଲ ନିଆଯାଇଛି । ପାଖରେ ଆଉ ଏକ ଟାଙ୍କି ରହିଛି, ୧ କିମି ଦୂରକୁ ଚାଲିଯିବାକୁ କହୁଛୁ ।
ଅନ୍ୟପଟେ ପେଟ୍ରୋଲ ପମ୍ପରେ ନିଆଁ ଲାଗିବା ନେଇ ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି । ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଧାଡିରେ ଛିଡା ହୋଇଥିଲୁ । ହଠାତ୍ ପେଟ୍ରୋଲ ପମ୍ପ ଥରିବାକୁ ଆରମ୍ଭ କରିଥିଲା । କିଛି ବୁଝିବା ପୂର୍ବରୁ ହଠାତ୍ ପ୍ରଚଣ୍ଡ ଶବ୍ଦ କରି ବିସ୍ପୋରଣ ହୋଇଥିଲା । ଚାରିଆଡ ଅନ୍ଧାର ହୋଇଗଲା, ଯିଏ ଯିଆଡେ ଦଉଡିଲୁ । ସେଇଠି ଗାଡି ଛାଡି ଆମେ ପଳାଇ ଆସିଛୁ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଭଗବାନ ଆମକୁ ବଂଚାଇ ଦେଇଛନ୍ତି ବୋଲି କହିଛନ୍ତି କିଛି ପ୍ରତ୍ୟକ୍ଷଦର୍ଶୀ ।

LEAVE A REPLY

Please enter your comment!
Please enter your name here