31.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗପତ୍ନୀ ହତ୍ୟା ଅଭିଯୋଗରେ ଗିରଫ ହେଲେ ଆଇଆରବି ଯବାନ

ପତ୍ନୀ ହତ୍ୟା ଅଭିଯୋଗରେ ଗିରଫ ହେଲେ ଆଇଆରବି ଯବାନ

ଦେବଗଡ : ଦେବଗଡ ଥାନା ଅନ୍ତର୍ଗତ କୁରଡ ଗ୍ରାମରେ ଯୌତୁକ ପାଇଁ ବଧୁହତ୍ୟା ଘଟଣାରେ ଆଜି ଦେବଗଡ ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀ ଅଶ୍ୱିନୀ ଭୁକ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଅଶ୍ୱିନୀଙ୍କୁ ଜେଲ ଜାହତକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ, ଗତ ୨୦୧୫ ଏପ୍ରିଲ ୧୪ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ବସୁଲେଇ ଗ୍ରାମର ମନୋଜ କୁମାର ରାଉତ ଙ୍କ ଝିଅ ଜ୍ୟୋତିପ୍ରିୟା ପ୍ରୀୟଦର୍ଶନୀ ରାଉତ(୨୧) ଙ୍କ ବିବାହ ଦେବଗଡ ଥାନା ଅନ୍ତର୍ଗତ କୁରଡ ଗ୍ରାମର ଚିତ୍ତ ରଞ୍ଜନ ଭୁକ୍ତାଙ୍କ ପୁଅ ଅଶ୍ୱିନୀ ଭୁକ୍ତାଙ୍କ ସହ ବିବାହ ହୋଇଥିଲା । ଅଶ୍ୱିନୀ ଆଇଆରବି ୪ର୍ଥ ବାଟାଲିୟନରେ କନଷ୍ଟେବଳ ଭାବେ ଚାକିରୀ କରୁଥିବା ବେଳେ ବିବାହ ସମୟରେ କନ୍ୟା ଘର ପକ୍ଷରୁ ଦାବି ମୁତାବକ ଯୌତୁକ ଦିଆଯାଇଥିଲା । ସେମାନଙ୍କର ଏକ ୩ ବର୍ଷର କନ୍ୟା ସନ୍ତାନ ରହିଥିବା ବେଳେ ଜ୍ୟୋତିଙ୍କୁ ଶାଶୂଘର ଲୋକେ ବିଭିନ୍ନ ସମୟରେ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ତେବେ ଏ ନେଇ ଗତକାଲି ଜ୍ୟୋତିପ୍ରୀୟା ନିଜ ବାପ ଘର ଲୋକଙ୍କୁ ଫୋନ ଯୋଗେ କହିବା ସହ ତୁରନ୍ତ ଆସିବାକୁ କହିଥିଲେ । ଏହାର କିଛି ସମୟ ପରେ ଶାଶୂ ମନୋରମା ଫୋନ କରି ତାଙ୍କ ଝିଅ ବିଷପାନ କରି ଆତ୍ମହତ୍ୟା କରିଥିବା ନେଇ ସୂଚନା ଦେଇଥିଲେ । ଜ୍ୟୋତିପ୍ରିୟାଙ୍କ ପରିବାର ଲୋକେ ଆସି ଦେବଗଡରେ ପହଞ୍ଚିବା ପରେ ତାଙ୍କ ଝିଅର ମୃତ୍ୟୁ ହୋଇସାରିଥିଲା । ପାରିପାଶ୍ୱିର୍କ ପରିସ୍ଥିତିରୁ ତାଙ୍କ ଝିଅ ଜ୍ୟୋତିଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ନେଇ ମୃତ ଜ୍ୟୋତି ଙ୍କ ବାପା ମନୋଜ ରାଉତ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରିବା ସହ ସବ ଇନ୍ସପେକ୍ଟର କଳ୍ପନା ବେହେରା ଘଟଣାର ତଦନ୍ତ କରି ଆଜି ଅଶ୍ୱିନୀକୁ କୋର୍ଟ ଚାଲାଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking