31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଟ୍ରମ୍ପଙ୍କ ମୁଣ୍ଡ ଲାଗି ୫୬୦ କୋଟି ପୁରସ୍କାର ଘୋଷଣା

ଟ୍ରମ୍ପଙ୍କ ମୁଣ୍ଡ ଲାଗି ୫୬୦ କୋଟି ପୁରସ୍କାର ଘୋଷଣା

ତେହେରାନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ କମାଣ୍ଡର ଜେନେରାଲ କାସିମ ସୁଲେମାନୀଙ୍କୁ ହତ୍ୟା କରାଯିବା ପରେ ଇରାନ ଏବେ ପ୍ରତିଶୋଧର ନିଆଁରେ ଜଳୁଛି । ଇରାନର ଏଭଳି ଘୋଷଣା ପରେ ଆମେରିକା ଏବଂ ଇରାନ ମଧ୍ୟ ସୃଷ୍ଟି ହୋଇଥିବା ତିକ୍ତତା ଆହୁରି ବଢ଼ିଯାଇଛି । ଅପରପକ୍ଷରେ ଟ୍ରମ୍ପ ମଧ୍ୟ ଇରାନକୁ ଧମକ ଦେଇ କହିଛନ୍ତି  ଯଦି ଇରାନ ଆମେରିକା ଉପରେ ଆକ୍ରମଣ କରେ ତାହାହେଲେ ନିମିଷେକ ମଧ୍ୟରେ ଇରାନକୁ ଧ୍ୱଂସ କରିଦିଆଯିବ ।
ଇରାନର ମେଜର ଜେନେରାଲ କାସିମ ସୋଲେମାନୀଙ୍କ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଯିଏ ମାରିବ ତାକୁ ୮୦ମିଲିୟନ ଡଲାର  ଇରାନ ଦେବା ପାଇଁ ଘୋଷଣା ହୋଇଥିବା କୁହାଯାଇଛି । ବର୍ତ୍ତମାନ ଇରାନର ଲୋକସଂଖ୍ୟା ୮୦ ନିୟୁତ । ଜଣେ ଇରାନୀବାସୀଙ୍କ ପାଇଁ ୧ ଲଡାର ଲେଖାଏଁ ପ୍ରଦାନ କାଯିବ ବୋଲି କୁହାଯାଇଛି । ୧ ଡଲାରର ମୂଲ୍ୟ ଯଦି ୭୦ ଟଙ୍କା ହୁଏ ତାହାହେଲେ  ଭାରତୀୟ ମୁଦ୍ରାରେ ଟ୍ରମ୍ପଙ୍କୁ ବାରିବା ବ୍ୟକ୍ତିଙ୍କୁ ୫୬୦ କୋଟି ଟଙ୍କା ମିଳିବ ।
ତେବେ ଏହା ପୂର୍ବରୁ ଇରାନକୁ ଚେତାବନୀ ଦେଇ ଟ୍ରମ୍ପ କହିଛନ୍ତି ଯଦି ଇରାନ ସୋଲେମାନ ହତ୍ୟାର ପ୍ରତିଶୋଧ ନେବା ପାଇଁ ବିଶ୍ୱର ଯେକୌଣସି ସ୍ଥାନରେ ଥିôବା ଆମେରିକୀୟ ଓ ଆମେରିକାର ସମ୍ପତ୍ତି ଉପରେ ଆକ୍ରମଣ  କରେ ତାହାର କଠୋର ଜବାବ ଦିଆଯିବ । ଟ୍ରମ୍ପ ଆହୁରି କହିଛନ୍ତି କି ଇରାନ ଯଦି ଏଭଳି କିଛି ଆକ୍ରମଣକୁ  କାର୍ଯ୍ୟକାରୀ କରେ,  ତାହାର ଜବାବରେ ଇରାନର ୫୨ଟି ସ୍ଥାନ ଉପରେ ପ୍ରଚଣ୍ଡ  ଆକ୍ରମଣ କରାଯିବ ଏବଂ ସେଥିର ଅଧିକାଂଶ ସ୍ଥାନ ଇରାନର ସାଂସ୍କୃତିକସ୍ଥଳୀ । ସୂଚନାଯୋଗ୍ୟ କି ଗତ ୩ରେ ଆମେରିକା ସୋଲେମାନଙ୍କୁ ହତ୍ୟା କରିଛି । ଏହାକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି କି ଏହାକୁ କେନ୍ଦ୍ର କରି ତୃତୀୟ ବଶ୍ୱଯୁଦ୍ଧ ହେବ ବୋଲି ଆକଳନ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking