୧୦ ୱିକେଟ୍ ରେ ଜିତିଲା ଚେନ୍ନାଇ

csk won the match

ଦୁବାଇ: ପରାଜୟ ଧାରା ଭାଙ୍ଗିବାରେ ସଫଳ ହୋଇଛି ୩ ଥର ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସ। ସେନ୍‌ ୱାଟସନ୍‌ ଫର୍ମକୁ‌ ଫେରିବା ସହ ଚେନ୍ନାଇ ଭାଗ୍ୟରେ ବଡ଼ ପରିବର୍ତନ ଆଣିଛି। ‌ରବିବାରର ରାତି ମ୍ୟାଚ୍‌ରେ ଚେନ୍ନାଇ ଏକତରଫା ଭାବେ ୧୦ ୱିକେଟରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବକୁ ପରାସ୍ତ କରିଛି। ପୂର୍ବ ୪ ମ୍ୟାଚ୍‌ରୁ ମୋଟ ୫୨ ରନ୍ କରିଥିବା ସେନ୍ ୱାଟସନ୍ ରବିବାର ନିରଂଙ୍କୁଶ ବ୍ୟାଟିଂ କରିଥିଲେ। ମାତ୍ର ୫୩ ବଲରୁ ୮୩* ରନ୍ କରିଥିଲେ। ଫାପ୍ ଡୁ ପ୍ଲେସିସ୍ (୮୭, ୫୩ ବଲ)ଙ୍କ ସହ ଅତୁଟ ପ୍ରଥମ ୱିକେଟ୍ ପାଇଁ ୧୮୧ ରନ୍ କରି ଦଳକୁ ୧୪ ବଲ ପୂର୍ବରୁ ବଡ଼ ବିଜୟ ଦେଇଥିଲେ। ୧୮୧ ରନ୍ ପ୍ରଥମ ୱିକେଟ୍ ଭାଗୀଦାରି ମଧ୍ୟ ଚେନ୍ନାଇ ପାଇଁ ସର୍ବୋଚ୍ଚ ହୋଇଛି। ପୂର୍ବରୁ ୨୦୧୧ରେ ଆର୍‌ସିବି ବିପକ୍ଷରେ ମାଇକ୍ ହସି ଏବଂ ମୁରଲୀ ବିଜୟ ୧୫୯ ରନ୍ କରିଥିଲେ।

LEAVE A REPLY

Please enter your comment!
Please enter your name here