ଆଇପିଏଲ୍‌-୧୩: ରାଜସ୍ଥାନ ରୟାଲ୍ସକୁ ୧୩ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୩ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ଦ୍ବିତୀୟ ପାଳିରେ ୧୬୨ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୮ ୱିକେଟ ହରାଇ ୧୪୮ ରନ୍‌ କରି ପରାଜୟ ବରଣ କରିଛି ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ରୟାଲ୍ସ ପକ୍ଷରୁ ପ୍ରଥମରୁ ଦମ୍‌ଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଜସ୍ ବଟଲର୍ ୯ ବଲରେ ୨୨ ରନ୍‌ କରିଥିବା ବେଳେ ବେନ୍ ଷ୍ଟୋକ୍ସ ୩୫ ବଲରେ ୪୧ ରନ୍‌ କରିଥିଲେ । ସେହିପରି ସଞ୍ଜୁ ସାମସନ୍ ୧୮ ବଲରେ ୨୫ ରନ୍‌ ରବିନ୍‌ ଉଥାପ୍ପା ୨୭ ବଲରେ ୩୨ ରନ୍‌ କରିଥିଲେ । ଅନ୍ୟପଟେ ଦିଲ୍ଲୀ ପକ୍ଷରୁ ଅନ୍ରିଚ୍ ନର୍ଖିଆ, ତୁଷାର ଦେଶପାଣ୍ଡେ ୨-୨ଟି ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍, କାଗିସୋ ରାବାଡା ଓ ଅକ୍ଷର ପଟେଲ ମଧ୍ୟ ୧-୧ ୱିକେଟ ନେଇ ଦିଲ୍ଲୀକୁ ବିଜୟ ଦେଇଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ଏହି ବିଜୟ ସହ ୧୨ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ପ୍ରଥମ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here