ଆଇପିଏଲ : ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ବାଙ୍ଗାଲୋର

ipl

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୦ର ୨୫ ତମ ତଥା ଆଜିର ୨ୟ ଲିଗ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ସିଜିନରେ ସିଏସକେର ପ୍ରଦର୍ଶନ ଖରାପ ରହିଛି । ଆଜି ସିଜନରେ ପ୍ରଥମ ଥର ଭାରତର ଦୁଇ ସଫଳ ଅଧିନାୟକ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନି ସାମ୍ନାସାମ୍ନି ହେବେ। ଉଭୟ ଦଳ ଶେଷ ମ୍ୟାଚ୍‌ରେ ପରାଜିତ ହୋଇଥିଲେ। ତେଣୁ ଆଜିର ମ୍ୟାଚ୍‌ ଜରିଆରେ ଉଭୟ ଦଳ ବିଜୟଧାରାକୁ ଫେରିବା ନେଇ ଲକ୍ଷ୍ୟରେ ରହିଛନ୍ତି । ଏହି ମ୍ୟାଚ୍‌ ଭାରତୀୟ ସମୟ ଅନୁସାରେ ରାତି ୭.୩୦ରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here