37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଆଇପିଏଲ୍‌-୧୩ : ରାଜସ୍ଥାନ ରୟାଲ୍ସକୁ ୩୭ ରନ୍‌ରେ ପରାସ୍ତ କଲା କୋଲକାତା ନାଇଟ ରାଇଡର୍ସ

ଆଇପିଏଲ୍‌-୧୩ : ରାଜସ୍ଥାନ ରୟାଲ୍ସକୁ ୩୭ ରନ୍‌ରେ ପରାସ୍ତ କଲା କୋଲକାତା ନାଇଟ ରାଇଡର୍ସ

ଦୁବାଇ :ଦୁବାଇର ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ରାଜସ୍ଥାନ ରାୟଲ୍ସକୁ ୩୭ ରନରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି ।ରାଜସ୍ଥାନ ରୟାଲ୍ସ ୧୭୫ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୯ ୱିକେଟ ହରାଇ ୧୩୭ ରନ୍‌ କରି ପରାଜୟ ପାଇଛି । ରାଜସ୍ଥାନ ରୟାଲ୍ସ ପ୍ରଥମରୁ ଧିମା ବ୍ୟାଟିଂ କରିଥିଲା, କ୍ୟାପଟେନ୍‌ ଷ୍ଟିଭ ସ୍ମିଥ୍‌ ୩ ରନ୍‌ କରି ଆଉଟ ହୋଇଥିବା ବେଳେ ସଞ୍ଜୁ ସାମସନ୍ ୮ରନ୍‌ ଓ ରବିନ୍ ଉଥାପ୍ପା ମାତ୍ର ୨ ରନ୍‌ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟପଟେ ଟମ୍ କରନ୍ ୩୬ ବଲରେ ୫୪ ରନ୍‌ କରି ମ୍ୟାଚକୁ ହାତକୁ ଆଣିବାକୁ ଉଦ୍ୟମ କରିଥିଲେ କିନ୍ତୁ ରାଜସ୍ଥାନକୁ ବିଜୟ ଦେଇପାରି ନଥିଲେ ।ଲଗାତାର ଦୁଇଟି ମ୍ୟାଚ୍ ଜିତି ଚଳିତ ଆଇପିଏଲରେ ଅପରାଜୟ ଥିବା ରାଜସ୍ଥାନକୁ ପରାଜର ଭୋଗିବାକୁ ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking